ଉଦଳା ନିର୍ବାଚନ ମଣ୍ଡଳୀ ବୁଥ ସ୍ଥରୀୟ ଅଧିକାରୀଙ୍କ ତାଲିମ l

ଉଦଳା ତା ୧୦/୭ (ନି. ପ୍ର ) ଆଜି ଉଦଳା ବ୍ଲକ ସମ୍ମିଳନୀ କକ୍ଷରେ ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଦେଶ କ୍ରମେ ଉଦଳା ନିର୍ବାଚନ ମଣ୍ଡଳୀ ବୁଥ ସ୍ଥରୀୟ ଅଧିକାରୀ ମାନଙ୍କର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଆଗାମୀ ୧୬ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l ଆଜିର କାର୍ଯ୍ୟକ୍ରମରେ ୪୮ଜଣ ବୁଥ ସ୍ଥରୀୟ ଅଧିକାରୀ ଓ ସୁପରଭାଇଜର ଅଂଶ ଗ୍ରହଣ କରିଥିଲେ l ଏହି କାର୍ଯ୍ୟ କ୍ରମକୁ ରଜତ ମହାପାତ୍ର ପରିଚାଳନା କରିଥିଲେ l ଏଥିରେ ପି. ଏ ଆଇ. ଟି. ଡ଼ି ଏ ନରେନ୍ଦ୍ର କୁମାର ଖମାରି. ବି. ଡ଼ି. ଓ. ତହସିଲଦାର, ଡେପୁଟି କଲେକଟର ସମେତ ଦୁଇ ଜଣ ସହକାରୀ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ସାଇ ସ୍ୱରୂପ କର, ତାପସ କୁମାର ପ୍ରଧାନ, ତପୁରଞ୍ଜନ ପାତ୍ର ଓ ଉଦୟ ନାଥ ନାୟକ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *