ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ଭୁବନେଶ୍ୱର ୨୦ ନଭେମ୍ବର,୨୦୨୫ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ଆଜି ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ “ଓଡ଼ିଆ ଭାଷାରେ ସମ୍ପାଦନା, ବନାନ୍ ଶୁଦ୍ଧି ଏବଂ ପ୍ରୁଫ୍ ସଂଶୋଧନ”କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ୱ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନଭେମ୍ବର ୨୦ ଏବଂ ୨୧ ତାରିଖ ଅର୍ଥାତ ୨ ଦିନ ଧରି ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହେବ।ଆଜିର ଉଦ୍‌ଘାଟନୀ ସମାରୋହରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ଶ୍ରୀ ଦାଶ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟ ଏବଂ ଓଡ଼ିଆ ଭାଷାରେ ବିଭିନ୍ନ ବିଷୟବସ୍ତୁ ଉପରେ ଆୟୋଜିତ ହେଉଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏଥିସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଲୋଚନା କରାଯାଉଥିବା ସମସ୍ତ ବିଷୟ ବସ୍ତୁକୁ ସଠିକ ଭାବରେ ଶିଖିବା ଏବଂ ଆଗାମୀ ଦିନରେ ଏହାକୁ ନିଜର କର୍ମକ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପ୍ରଶିକ୍ଷାର୍ଥୀମାନଙ୍କୁ ଉପଦେଶ ଦେଇଥିଲେ। ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାହିତ୍ୟିକ ଡ଼. କାହ୍ନୁ ଚରଣ ପାଢ଼ୀ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଓଡ଼ିଆ ଭାଷା ପ୍ରତିଷ୍ଠାନର ବିତ୍ତ ତଥା ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନନ୍ୟା ତ୍ରିପାଠୀଙ୍କ ସମେତ ଓଡ଼ିଆ ଭାଷା ପ୍ରତିଷ୍ଠାନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।ଅମ୍ଳାନ ଦାସ ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *