ପୌର ରାସ୍ତାରେ ଟ୍ରଲି ରାଜୁତି : ପୁଲିସ, ପୌର କତୃପକ୍ଷ ଚୁପ
ଉଠା ଟ୍ରଲି, ଠେଲା ଗାଡି ପୌରାଞ୍ଚଳ ରେ ମୁଣ୍ଡ ବିନ୍ଧା ବଢାଉଛି ସହରର ମୁଖ୍ଯ ପଥ କୁହାଯାଉଥିବା ବାଇପାସ- କଚେରୀ- ଆରଡି ଛକ ରାସ୍ତାରେ ଏହି ଟ୍ରଲି ବ୍ୟବସାୟୀ ରାଜୁତି କରୁଛନ୍ତି ଏମାନଙ୍କୁ ଘଉଡାଇବାକୁ ପୋଲିସ ପ୍ରଶାସନ ର ବଳ ପାଉନାହି ପୌର କତୃପକ୍ଷ ବି ଅସହାୟ ହୋଇପଡୁଛନ୍ତି ଉକ୍ତ ଉକ୍ତ ପଥ ସହରର ସବୁଠୁ ବ୍ୟସ୍ଥ ବହୁଳ ରାସ୍ତା ଭାବେ ପରିଚିତ ଅତି ଜରୁରୀ ସେବା ପାଇଁ ଏହା ଏକ ଯୋଗା ଯୋଗ ର ମାଧ୍ୟମ ବିଶେଷତଃ ଆମ୍ଭୁଲାନ୍ସ, ପୋଲିସ ଭ୍ଯାନ, ଦମକଳ ଗାଡି ଯାତାୟତ ପ୍ରତିି ସମୟ ରେ ହୋଇଥାଏ ସେହିଭଳି ଭିଆଇପିଙ୍କ ଗାଡି ଗୁଡିକ ମଧ୍ଯ ଗତି କରିଥାଏ ,ଏତେ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଏବେ ଟ୍ରଲି ବେପାର ରାଜ କରୁଛି ପୁଲିସ ପ୍ରଶାସନ ଜାଣି ଅଜଣା ରହୁଛି, ଉଠା ଟ୍ରଲି ବ୍ୟବସାୟୀଙ୍କୁ ନେଇ ସହରରେ ସବୁବେଳେ ଅସନ୍ତୋଷ ପ୍ରକାଶ ପାଉଛି ଆନ୍ଦୋଳନ, ଧାରଣା, ଧର୍ମଘଟ ପଯ୍ୟନ୍ତ କଥାଯାଉଛି ଅତିରିକ୍ତ ଚାପ ପଡିଲେ ପୁଲିସ କିମ୍ବା ପୌର କତୃପକ୍ଷ ରାସ୍ତା ଉପରୁ ସେମାନଙ୍କୁ ହଟାଯାଉଛି ପୁଣି ଯଥା ପୂର୍ବ ତଥା ପରଂ ଅବସ୍ଥା ଏମାନେ ରାସ୍ତା ଉପରେ କାୟା ମେଲାଉଛନ୍ତି ପର୍ବ ପର୍ବାଣୀ ସମୟରେ ସହରରେ ଅସମ୍ଭାଳ ଭିଡ ବେଳେ ଏହି ବ୍ୟବସାୟୀ ଙ୍କ ଉତ୍ପାତ ବଢି ଚାଲୁଛି ଟ୍ରାଫିକ ନିୟନ୍ତ୍ରଣ କରିବାରେ ପୁଲିସ ନାକେଦମ ହେଉଛି, ଗତ କିଛି ମାସ ଧରି ସହରରେ ଏହି ଟ୍ରଲି ବ୍ୟବସାୟୀମାନଙ୍କ ଭାଉ ବଢିଯାଇଛି ଏମାନେ ବିଭିନ୍ନ କିସମର ପରିବା ଠାରୁ ଆରମ୍ଭ କରି ଫଳ ଅଦା ,ରସୁଣ ,ପିଆଜ, ଆଦି ବିକ୍ରି କରୁଛନ୍ତି ରୋଜଗାର କରିବାକୁ କେହି ବିରୋଧ କରୁ ନାହାନ୍ତି କିନ୍ତୁ ଅଧା ରାସ୍ତା ମାଡି ବସିବା ଦ୍ବାରା ବାଟୋଇ ନାକେଦମ ହେଉଛନ୍ତି
