ଗୁଆଳିପୁର ପଞ୍ଚାୟତ ରେ ଟ୍ରେଡିଙ୍ଗ ବିଜିନେସ

ଗୁଆଳିପୁର ପଞ୍ଚାୟତ ରେ ଟ୍ରେଡିଙ୍ଗବିଜିନେସ ଆଳରେ ଦଲାଲ ଲୁଟିଲେ କୋକୋଟିଟଙ୍କା।
ପ୍ରତିବାଦ ରେ ରଘୁନାଥପୁର ଥାନା ଘେରିଲେ ଶତାଧିକ ମହିଳା।
ରଘୁନାଥପୁର -:ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଧିନ ଗୁଆଳିପୁର ପଞ୍ଚାୟତର ମହିଳା ମାନେ ଦଲାଲ ଙ୍କ ଦ୍ଵାରା କୋଟିକୋଟି ଟଙ୍କା ଲୁଟର ଶିକାର ହୋଇଥିବା ଘଟଣା ସାମନାକୁ ଆସିଛି।ଅଭିଯୋଗ ଅନୁଯାୟୀ ୨୦୨୩ ମସିହାରେ ଉକ୍ତ ପଞ୍ଚାୟତ ର କିଛି ଦଲାଲ ମାନେ ଏହି ପଞ୍ଚାୟତ ଅଧିନ ବର୍ତ୍ତୀ,ରାଧା ନଗର ପାଟେଣିଗାଁ,କୣର୍ତ୍ତାଙ୍ଗ ଗ୍ରାମର ମହିଳା ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଟ୍ରେଡିଙ୍ଗବିଜିନେସ ଆଳରେ ଘରୋଇଅର୍ଥ ଲଗାଣକାରୀ ସଂସ୍ଥା ମାନଙ୍କୁ ଡକାଇ ମହିଳା ମାନଙ୍କନାମରେ ଲୋନକରାଇ ଲୋନଟଙ୍କାକୁନେବାସହିତ ମହିଳା ମାନଙ୍କ ର ସଞ୍ଚିତ ଟଙ୍କା କୁ ମଧ୍ୟ ଲୁଟିନେଇଛନ୍ତି।ମହିଳାମାନେ ପ୍ରଲୋଭନରେ ପଡି ପ୍ରାୟ ୩କୋଟିରୁ ଉର୍ଦ୍ଧ ଟଙ୍କା ଲୁଟର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।ଏହାକୁନେଇ ଉକ୍ତ ମହିଳା ମାନେ କିଛିମାସ ପୂର୍ବରୁ ଥାନାରଦ୍ଵାରସ୍ଥ ହୋଇଥିଲେ ବି ଦେଇଥିବା ଟଙ୍କା ଫେରିପାଇନାହାନ୍ତି।ଅପରପକ୍ଷରେ ଘୋରୋଇ ଅର୍ଥଲଗାଣ କାରୀସଂସ୍ଥା ମାନେ କିସ୍ତିପାଇଁ ଲୋନନେଇଥିବା ମହିଳା ମାନଙ୍କ ଘରେପହଞ୍ଚି ଟଙ୍କାଜୁଲମ କରୁଥିବାରୁ ପରିବାର ମଧ୍ୟରେ ଅଶାନ୍ତି ଲାଗିରହୁଛି।ଶେଷରେ ହତାଶ ହୋଇ ଶତାଧିକ ମହିଳା ଶୁକ୍ରବାର ରଘୁନାଥପୁର ଥାନାକୁ ଘେରିଥିବା ଦେଖିବାକୁ ମିଳିଛି।ତେବେ ଏହିପଞ୍ଚାୟତର ଜୈନିକ ଠିକାଦାର ଏହି ହରିଲୁଟ ର ମୁଖ୍ୟ କାର୍ପଟଦାର ଏହି ଅର୍ଥକୁ ସେ ଠିକା କାର୍ଯ୍ୟରେ ଲଗାଇ ଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚାହେଉଥିବା ସୁଣିବାକୁ ମିଳୁଛି।ଅନ୍ୟପକ୍ଷରେ ରଘୁନାଥପୁର ଅଞ୍ଚଳରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଛତୁଫୁଟିଲାପରି ମୁଣ୍ଡଟେକୁଥିବାରୁ ଗ୍ରାମାଞ୍ଚଳ ର ସାଧାରଣ ଗରିବ ଖଟିଖିଆ ପରିବାର ଏମାନଙ୍କ ଜାଲରେ ପଡି ରୁଣଭାର ସମ୍ଭାଳି ନପାରି ସର୍ବଶାନ୍ତ ହେଉଛନ୍ତି। ସରକାର ହୁଅନ୍ତୁ କି ଜିଲ୍ଲା ପ୍ରଶାସନ ହେଉ କାହାରି ଏମାନଙ୍କ ପ୍ରତି ନଜରରହୁନାହିଁ। ଯାହାଫଳରେ ଏମାନଙ୍କ ପ୍ରାର୍ଦୁଭାବ ଦିନକୁଦିନ ବଢିଚାଲିଛି।ଏମାନଙ୍କ ଉପରେ ଦୣଢପଦକ୍ଷପ ନେବାପାଇଁ ସରକାରଙ୍କ ନିକଟରେ ଦାବୀହେଉଛି।

Leave a Reply

Your email address will not be published. Required fields are marked *