ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅଧିବକ୍ତା ମଧ୍ଯସ୍ଥିଙ୍କର ତାଲିମ ଶିବିର
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅଧିବକ୍ତା ମଧ୍ଯସ୍ଥିଙ୍କର ତାଲିମ ଶିବିର ।
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ ଅନୁଯାଇ ତା ୯.୪.୨୦୨୬ ରିଖରେ ଅପରାହ୍ନ ୪.୦୦ ଘଟିକା ସମୟରେ ଜିଲ୍ଲା ବିକଳ୍ପ ବିବାଦ ସମାଧାନ କେନ୍ଦ୍ରର ସମ୍ମିଳନୀ କକ୍ଷ୍ୟରେ ଅଧିବକ୍ତା ମଧ୍ଯସ୍ଥିଙ୍କର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ତାଲୁକ ଆଇନ ସେବା କମିଟି ଅଧୀନରେ ଥିବା ଅଧିବକ୍ତା ମଧ୍ୟସ୍ଥିମାନେ ଆଭାଷୀ ମାଧ୍ୟମରେ ଯୋଗଦାନ କରିଥିଲେ ।

ପ୍ରାକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଏହି ଶିବରକୁ ଉଦ୍ଘାଟନ କରିବା ସହ Motiram -vrs.- Ashok Kumar and others and Perry Kansagra vs Smriti Madan Kansagra ମାନ୍ୟବର ସୁପ୍ରିମକୋର୍ଟଙ୍କ judgment ଅନୁଯାଇ ମଧ୍ଯସ୍ଥତା ସମ୍ପର୍କୀୟ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ, ଏହାସହିତ ବିଭିନ୍ନ କୋର୍ଟ ମାନଙ୍କ ଠାରୁ ମଧ୍ୟସ୍ଥତା ପାଇଁ ଆସିଥିବା କେସ ଗୁଡିକର କିପରି ସରଳ ଉପାୟରେ ସମାଧାନ କରାଯାଇପାରିବ ସେ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
