ମାଲକାନଗିରି ଜିଲ୍ଲାରେ ” ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ
ମାଲକାନଗିରି ଜିଲ୍ଲାରେ ” ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ
ବିଧାୟକ
ମାଲକାନାଗିରି,୪/୯
ସନ୍ତୁଳିତ ପରିବେଶ ସୃଷ୍ଟି ପାଇଁ ବୃକ୍ଷ ରୋପଣ ର ମହତ୍ତ୍ଵ କୁ ସାର୍ବଜନୀନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ
(‘ଏକ ପେଡ୍ ମା କେ ନାମ “)”ମା ପାଇଁ ଗଛଟିଏ'”କର୍ଯ୍ୟକ୍ରମ ର ଶୁଭ।ରମ୍ଭ କରିଛନ୍ତି ମାଲକାନଗିରି ବିଧାୟକ ଶ୍ରୀ ଯୁକ୍ତ ନରସିଂହ ମାଡକାମି।ଜିଲ୍ଲାର ସହରାଞ୍ଚଳ ,ସମସ୍ତ ପଞ୍ଚାୟତ ତଥା ଗ୍ରାମାଞ୍ଚଳ ମାନଙ୍କରେ ଲକ୍ଷାଧିକ ବୃକ୍ଷରୋପଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ
ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ କୁମାର ଉପାଧ୍ୟାୟ (ଭା ପ୍ର ସେ ) ଙ୍କ ସହ ଆରକ୍ଷୀ ଅଧିକ୍ଷକ ,ବିନୋଦ ପାଟିଲ(ଭା ପୋ ସେ), ଡି ଏଫ୍ ଓ , ଶ୍ରୀଯୁକ୍ତ କିରଣ କୁମାର ,ଉପ ଜିଲ୍ଲାପାଳ , ଏ ସି ଏଫ୍ ଓ

ବନ ବିଭାଗ ର ବହୁ ପଦସ୍ଥ ଅଧିକାରୀ/
କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ
ଆଗାମୀ ୧୭ ତାରିଖ ରେ ଆସୁଥିବା
ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ କୁ ଆଖି ଆଗରେ ରଖି ମାଲକାନଗିରି ଜିଲ୍ଲା। ର
ଏହି ମହତ୍ ପ୍ରୟାସ ବାସ୍ତବିକ ପ୍ରଶଂସନୀୟ ।
