ମା’ପାଇଁ ଗଛଟିଏ ହର ଘର ମେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଲଦା ବିଜେପି ପରିବାର ପକ୍ଷରୁ ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
: ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିର୍ଦ୍ଦେଶରେବିଜେପିର ନିଷ୍ପତ୍ତି କ୍ରମେ ‘ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲୁଅଛି। ଏହି ପରିପେକ୍ଷୀରେ ଖଣ୍ଡତଡା ବିଜେପି ପରିବାର ପକ୍ଷରୁ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ ବୁଧବାର ଖଣ୍ଡତଡ଼ା ପଞ୍ଚାୟତ ର ବେଲଦା ଗ୍ରାମ ର ଜଗନ୍ନାଥ କମୁନିଟ ସେଣ୍ଟ ନିକଟରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ବିଜେପି ର ବରିଷ୍ଠ ନେତା ତଥା ନେସନାଲ କାଉସିଲି ମେମ୍ବର ଅନିଲ କୁମାର ବେହେରା, ବୁଥ ସଭାପତି ଦୁର୍ଗା ପ୍ରସାଦ ପତି, ବରିଷ୍ଠ କାର୍ଯ୍ୟ କର୍ତ୍ତା ମୃତ୍ୟୁ ଜୟ ଚକ୍ରବର୍ତ୍ତୀ, ମଣ୍ଡଳ ଉପସଭାପତି ବିଭୂତି ତ୍ରୀପାଠୀ, ମହିଳା ମୋର୍ଚ୍ଚା ସଭାପତି ନମିତା ନାୟକ , ସୁବୋଧ କୁମାର ଜେନା, ଅଶୋକ କୁମାର ରାଉତ, ସୁନିଲ କୁମାର ବେହେରା, ପ୍ରଭାତ ନାୟକ ତରା ଚକ୍ରବର୍ତ୍ତୀ ଚାରା ରୋପଣ କରିବା ସହ ଲୋକଙ୍କୁ ସଚେତନ କରିଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଲୋକଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ବାର୍ତ୍ତା ଦେବା ସହିତ ବୃକ୍ଷ ବଣ୍ଟନ ମଧ୍ୟ କରାଯାଇଥିଲା। ପଞ୍ଚାୟତ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *