ମା ପାଇଁ ଗଛ ଟିଏ, ବିଧାୟକ ହିମାଂଶୁ ଙ୍କ ଦ୍ୱାରା ଚାରାରୋପଣ କାର୍ଯ୍ୟକ୍ରମ

ଧର୍ମଶାଳା – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଳରାମପୁର ତଳଗଡ଼ ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନମନ୍ତ୍ରୀ ଙ୍କ ଏକ ପେଡ ମା ” କେ ନାମ ଆହ୍ୱାନ ସାକାର କରିବା ସହ ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କର ପଞ୍ଚସ୍ତରୀ ତମ ଜନ୍ମଦିନ ସ୍ମରଣୀୟ କରିବାକୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମା ” ମିନତୀ ସାହୁ ଙ୍କ ନାମର ଚାରା ରୋପଣ କାର୍ଯ୍ୟକ୍ରମ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଯୋଗ ଦେଇ ମା” ହେମନ୍ତ କୁମାରୀ, କଟକ ବନଖଣ୍ଡ ଅଧିକାରୀ ଅନିଲ କୁମାର ରାୟ ମା ” ପ୍ରମୋଦିନୀ ଙ୍କ ନାମରେ ଚାରା ରୋପଣ କରିଥିଲେ l ବିଜେପି ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ, ବିଜେପି ନେତା ସର୍ବେଶ୍ୱର ବେହୁରା,ସହକାରୀ କଟକ ବନଖଣ୍ଡ ସରଂକ୍ଷଣ ସନ୍ତୋଷ ପତି, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଧର୍ମଶାଳା ବ୍ଲକ ଅଧକ୍ଷ ବିଶ୍ୱ ବିଜୟିନୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ l ପରେ ସଭାରେ ମୁଖ୍ୟ ଅତିଥି, ସମ୍ମାନିତ ଯୋଗଦେଇ ମା ” ପାଇଁ ଗଛ ଟିଏ ଆଲୋକପାତ କରିବା ସହ ସନ୍ତୁଳିତ ଜଳ ବାୟୁ କ୍ଷେତ୍ରରେ ସୁଧାର ଆଣିବା ସହ ପାରବେଷକୁ ସୁରକ୍ଷିତ ରଖିବାରେ ଚାରା ରୋପଣ ଏକମାତ୍ର ଉପାୟ ବୋଲି ଅତିଥି ମାନେ ମତ ବ୍ୟକ୍ତ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଜ୍ୟୋତିର୍ମୟ କର, ତହସିଲଦାର ସମୀର ରଞ୍ଜନ ଦାସ, ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାସ ଉପସ୍ଥିତ ଥିଲେ l ବନ ବିଭାଗ, ଧର୍ମଶାଳା ବ୍ଲକ,ଓ ତହସିଲ ପ୍ରଶାସନ ପୁର୍ଣ ସହଯୋଗ କରିଥିଲା ବେଳେ ବହୁ ବିଜେପି କର୍ମକର୍ତ୍ତା ଯୋଗଦେଇଥିଲେ l ସେହିପରି ଧର୍ମଶାଳା ର ବିଭିନ୍ନ ସରକାରୀ ବେସରକାରୀ ସ୍ଥାନରେ ବିଧାୟକ ହିମାଂଶୁ ଙ୍କ ଦ୍ୱାରା ଚାରା ରୋପଣ କାର୍ଯ୍ୟ କରାଯାଇଥିଲା l

Leave a Reply

Your email address will not be published. Required fields are marked *