ମା ପାଇଁ ଗଛଟିଏ ଓ ବନ ମହୋତ୍ସବ ପାଳିତ

କାମାକ୍ଷାନଗର୦୫.୦୭.୨୦୨୪ -କାମାକ୍ଷାନଗର -ଢେଙ୍କାନାଳ ବନଖଣ୍ଡ ତରଫରୁ ବନ ମହୋତ୍ସବ ଏବଂ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ଅଧ୍ୟକ୍ଷତା ଏହି କାର୍ଯ୍ୟକ୍ରମ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବିଜାଡିହ ଜଙ୍ଗଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କର ଆହ୍ବାନକ୍ରମେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଚଳିତ ଥର ସ୍ବୟଂସହାୟକ ଗୋଷ୍ଠିର ମହିଳା ମାନଙ୍କୁ ସାମିଲ କରାଯାଇଛି। ଏଥିରେ ବିଜାଡିହ ଓ ମହୁଲପାଳ ଗ୍ରାମର ସତାଧିକ ସ୍ବୟଂସହାୟକ ଗୋଷ୍ଠିର ମହିଳା ମାନେ ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରିଥିଲେ। ଚଳିତବର୍ଷ ବନବିଭାଗ ତରଫରୁ ଜିଲ୍ଲାରେ ବିଭିନ୍ନ ରେଞ୍ଜରେ ପ୍ରାୟ ୭ ଲକ୍ଷ ବୃକ୍ଷ ବଣ୍ଠନ କରାଯିବ। ଏବଂ ବିଭାଗ ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ପ୍ରାୟ ୧ ଲକ୍ଷ ବୃକ୍ଷରୋପଣ କରାଯିବାର ଧାର୍ଯ୍ୟ କରାଯାଇଥିବା ବିଭାଗ ତରଫରୁ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ACFO,ପଶ୍ଚିମାଞ୍ଚଳ ରେଞ୍ଜର ସମେତ ବନବିଭାଗର ସମସ୍ତ କର୍ମଚାରି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *