ସାମ୍ବାଦିକ ଗୌରବ କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସରେ ବୃକ୍ଷ ରୋପଣ
ସାମ୍ବାଦିକ ଗୌରବ କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସରେ ବୃକ୍ଷ ରୋପଣ କାମାକ୍ଷାନଗର,-କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଲିଗୋରଡ଼ ସ୍ଥିତ ମୂଷାମଲ୍ଲିକ ଉଚ୍ଚ ବିଦ୍ୟାଳୟରେ ସାମ୍ବାଦିକ ଗୌରବ କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସରେ ବୃକ୍ଷ ରୋପଣ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ l ସମାଜ ପାଠକ ବିଚାର ମଞ୍ଚର ସଭାପତି ଜ୍ଞାନରଞ୍ଜନ ମିଶ୍ର,ସଦସ୍ୟ ନିରଞ୍ଜନ ହୋତା,ସାମ୍ବାଦିକ ସଂଘର ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର,ବିଦ୍ୟାଳୟର ଶିକ୍ଷକ ଦିଲ୍ଲୀପ କୁମାର ନନ୍ଦ,ସାମ୍ବାଦିକ ଦୟାନିଧି ସାହୁ, ପ୍ରହଲ୍ଲାଦ ମୁଦୁଲି,ବିଷ୍ଣୁ ସେଠୀ, ଅନିଲ ନାୟକ ପାଠକ ବିଚାର ମଞ୍ଚର ସଦସ୍ୟ ରାସାନନ୍ଦ ଦେହୁରୀ, ମଧୁସୂଦନ ରାଉତ ପ୍ରମୁଖ ପିଜୁଳି, କରମଙ୍ଗା, ବଢିଆଳ, ବଉଳ ଆଦି ଚାରା ରୋପଣ କରିଥିଲେ l ବନ ବିଭାଗ ପକ୍ଷରୁ ମମତା କଅଁର, ସୁଷମା ସାହୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ନାୟକ, କର୍ମଚାରୀ ଅଜୟ କୁମାର ସାହୁ, ଦେବାଶିଷ ବିଶ୍ୱାଳ, ନିଶାକର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ l
