ବାଲିପଦର ଡିଗ୍ରୀ ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ

” ” ଆସିକା:- ୦୫/୦୭/୨୦୨୪ ବାଲିପଦର ଡିଗ୍ରୀ ମହାବିଦ୍ୟାଳୟ ଠାରେ ମହାବିଦ୍ୟାଳୟ ର ଡ଼ଃ ବିବେକାନନ୍ଦ ପଟ୍ଟନାୟକଙ୍କ ତତ୍ବାବଧାନରେ ଏନ୍ ଏସ ଏସ ସ୍ବେଛାସେବୀ ମାନଙ୍କ ଗହଣ ରେ ବନୋମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି। ଏନ୍ ଏସ ଏସ କାର୍ଯ୍ୟକ୍ରମ ଅଧିକାରିଣୀ ତଥା ଇଂରାଜୀ ବିଭାଗ ଅଧ୍ୟାପିକା ଶ୍ରୀ ମତୀ ମିନତୀ ଆଚାରୀ ଓ କ୍ରୀଡ଼ା ଅଧ୍ୟାପକ ଶ୍ରୀ ଭଞ୍ଜ କିଶୋର ଗୈାଡ ଙ୍କ ନେତୃତ୍ବରେ ମହାବିଦ୍ୟାଳୟ ର ଏନ୍ ଏସ ଏସ ସ୍ବେଛାସେବୀ ମାନେ ବିଭିନ୍ନ ଉପାଦେୟ ବୃକ୍ଷ ର ଚାରା ରୋପଣ କରାଇବାରେ ସହଯୋଗ କରିଥିଲେ।

ପରିବେଶ ର ସନ୍ତୁଳନ ରକ୍ଷା ପାଇଁ ବୃକ୍ଷ ରୋପଣ ଅପରିହାର୍ଯ୍ୟ ବୋଲି ଅଧ୍ୟକ୍ଷ ଡ଼ଃ ପଟ୍ଟନାୟକ ମତ ପୋଷଣ କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ଗୋପିନାଥ ମାହାନ୍ତି ,ଅମିୟ କୁମାର ସ୍ବାଇଁ, ଡ଼ଃ ଏ ଜିତେଶ ରାଓ ଦୋରା, ପ୍ରେମାନନ୍ଦ ପ୍ରଧାନ, ଅଧ୍ୟାପିକା ଭକ୍ତ ଲତା ମହାପାତ୍ର ,ସଲିଳା ନାୟକ ପ୍ରମୁଖ “ବୃକ୍ଷ ହିଁ ଜୀବନ”ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏନ୍ ମୁଦୁରାଜୁ ଦୋରା ,ସିମାଞ୍ଚଳ ଗୈାଡ,ଏ ଶିବାନୀ ଆଚାରୀ, ନବଘନ ପ୍ରଧାନ, ନାରାୟଣ ବଡୁ, ପ୍ରଦେଶ କୁମାର ସ୍ବାଇଁ ଓ ଆଶିଷ କୁମାର ନାୟକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *