ଡାଳ ସିଂହ ମାର୍ଥା ପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ

ଡାଳ ସିଂହ ମାର୍ଥା ପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ।ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଡାଳ ସିଂହ ମାର୍ଥା ପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ଜୁନ୍ ମାସ ଛଅ ତାରିଖ ପୂର୍ବାହ୍ନ ରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଗନ ବିହାରୀ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ବୃକ୍ଷ ହିଁ ଜୀବନ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ବିଦ୍ୟାଳୟ ର ପୃଷୃପୋଷକ ବିଶିଷ୍ଟ ସମାଜସେବୀ ପ୍ରାକ୍ତନ ସ୍ବତନ୍ତ୍ର ବିଚାରପତି ସି ବି ଆଇ ଭିକାରୀ ଚରଣ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରି ପୃଥିବୀ ମାତାଙ୍କୁ ରୈ।ଦ୍ରତାପରୁ ରକ୍ଷା କରିବା ସହିତ ପର୍ଯ୍ୟାପ୍ତ ପରିମାଣ ଅମ୍ଳଜାନ ପାଇବା ପାଇଁ ନିଜେ ଗୋଟିଏ ଲେଖାଏଁ ଚାରା ରୋପଣ କରି ଅନ୍ୟକୁ ଚାରା ରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ପ୍ରକୃତି ବନ୍ଧୁ ସଂଗଠନ ର ସଂପାଦକ ହରିହର ସାହୁ,ମୋ ସ୍କୁଲ ଅଭିଯାନ ର ସଭାପତି ଶ୍ୟାମ ସୁନ୍ଦର ସ୍ବାଇଁ ଯୋଗ ଦେଇ ବନମହୋତ୍ସବ ପାଳନ ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ବୃକ୍ଷ ହିଁ ଜୀବନ।ଏଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ନିଜକୁ ଏହି କାର୍ଯ୍ୟକ୍ରମ ରେ ସାମିଲ୍ କରିବା ପାଇଁ ଅନୁରୋଧ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ କୀର୍ତ୍ତି ରଞ୍ଜନ ବରାଳ,ଚକ୍ରଧର ଜେନା, ଶିକ୍ଷୟିତ୍ରୀ ରତ୍ନ ପ୍ରଭାବ ସ୍ବାଇଁ,ଶୁଭ ଦର୍ଶିନୀ ସାହୁ କାର୍ଯ୍ୟକ୍ରମ ରେ ଉଦ୍ ବୋଧନ ଦେଇଥିଲେ। କର୍ମଚାରୀ ଅଜେୟ ବାରିକ, ଅଦ୍ଵୈତ ପରିଡା ସହଯୋଗ କରିଥିଲେ। ମୁଖ୍ୟ ସାଧାରଣ ପରିଚାଳନା ଭାରତୀୟ ତୈଳ ନିଗମ ପାରାଦୀପ ଡଃ ତ୍ରିନାଥ ସାହୁଙ୍କ ଦ୍ବାରା ଦିଆଯାଇଥିବା ଷାଠିଏ ଟି ଚାରା ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା। ବିଗତ ମାଟ୍ରିକ ପରୀକ୍ଷା ରେ ଏ୨ରେସଫଳତା ହାସଲ କରିଥିବା ଛାତ୍ରୀ ପ୍ରିୟଦର୍ଶିନୀ ସାହୁ ଚୂନ ରାଉତ ଶିକ୍ଷା ବୃତ୍ତି ପ୍ରମାଣ ପତ୍ର ସହ ରାଶି ପ୍ରଦାନ କରାଗଲା।ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ କୁ ପ୍ରଦାନ କରିଥିବା ପାଞ୍ଚ ଲକ୍ଷ ଟଙ୍କାର ରସିଦ୍ ପ୍ରାକ୍ତନ ବିଚାରପତି ସି ବି ଆଇ ଭିକାରୀ ଚରଣ ରାଉତ ଙ୍କୁ ଦିଆଗଲା। ପରିଶେଷରେ ବିଦ୍ୟାଳୟ ପରିବେଶରେ ଷାଠିଏ ଟି ଚାରା ରୋପଣ କରାଗଲା।

Leave a Reply

Your email address will not be published. Required fields are marked *