ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ନୟାଗଡ, ତାରିଖ : ୨୦.୦୯.୨୦୨୫ । ନୟାଗଡ ବ୍ଲକ ଇଟାମାଟି ପଞ୍ଚାୟତ ଅଧିନସ୍ଥ ଲଡୁପାତ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ଚିକିତ୍ସା ଅଧିକାରୀ ଡାକ୍ତର ଦେବୀଦତ୍ତ ଦିବ୍ୟରଞ୍ଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ସେଣ୍ଟେର ଫର ଆସୋସିଏଟେଡ ପ୍ରୋଗ୍ରେସର ମିଳିତ ସହଯୋଗରେ ଡାକ୍ତର ମନ୍ଦାକିନୀ ତ୍ରିପାଠୀ, ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ ଦଳବେହେରା, ପ୍ରକାଶ କୁମାର ସାହୁ, ରାଧେଶ୍ୟାମ ପ୍ରଧାନ, ପ୍ରଭାତୀ ବରାଡ଼, ବବୁଲ ଦାସ ପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ପ୍ରଥମେ ଏହି କାର୍ଯ୍ୟକ୍ରମକୁ ଚିକିତ୍ସା ଅଧିକାରୀ ଉଦ୍ଘାଟନ କରି ବୃକ୍ଷ ରୋପଣ କାର୍ଯ୍ୟ ପ୍ରାରମ୍ଭ କରିଥିଲେ ମିଳିମିଶି ବୃକ୍ଷରୋପଣ କରି ପରିବେଶର ଯତ୍ନ ନେବା ସହିତ ଭବିଷ୍ୟତ ପାଇଁ ଏକ ସୁନ୍ଦର ପୃଥିବୀ ଗଢି ତୋଳିବା ପାଇଁ ଯତ୍ନବାନ ହେବାକୁ ପ୍ରବର୍ତ୍ତାଇଥିଲେ । ବୃକ୍ଷ ଆମ ଜୀବନ ଓ ବୃକ୍ଷ ବିନା ସୃଷ୍ଟି ଅସମ୍ଭବ ବୋଲି ମତ ପ୍ରକାଶ କରିଥିଲେ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ସହଯୋଗରେ ବିଭିନ୍ନ ପ୍ରକାର ବୃକ୍ଷ ଲଗାଯାଇଥିଲା ।
