ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବୃକ୍ଷରୋପଣ କାର୍ଯ୍ୟକ୍ରମନୟାଗଡ ବ୍ଲକ କିଦାସପୂର୍ ପଞ୍ଚାୟତ ଜେମାଦେଇପୁର ଗ୍ରାମ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଶ୍ରୀମତି ସଂଯୁବାଳା ବିଶ୍ଵାଳ ଯୋଗଦେଇ ବୃକ୍ଷରୋପଣର ଉପକାରିତା ବିଷୟରେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ ଦଳବେହେରା ଯୋଗଦେଇ ବୃକ୍ଷ ହିଁ ଜୀବନ ଓ ବୃକ୍ଷ ବିନା ସୃଷ୍ଟି ଅସମ୍ଭବ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରେ ସ୍ୱାସ୍ଥ୍ୟ ପରିଦର୍ଶକ ଭରତ ବେହେରା, ସ୍ୱାସ୍ଥ୍ୟ କର୍ମୀ ଜୟଶ୍ରୀ ନାୟକ, କମୁନିଟି ହେଲଥ ଅଫିସର ଜ୍ୟୋତିର୍ମୟୀ ଜେନାଙ୍କ ନେତୃତ୍ଵରେ ବିଭିନ୍ନ ଫଳନ୍ତି ବୃକ୍ଷ ଲଗାଇଥିଲେ । ଅନୁପମା ମହାପାତ୍ର, ଆନନ୍ଦ ଚରଣ ପ୍ରଧାନ, ସୁଲଚନା ପାତ୍ର, ହୁଲାସା ପାତ୍ର,ଜନସାଧାରଣଙ୍କ ସହଯୋଗରେ ଔଷଧୀୟ ଚାରା ରୋପଣ ମଧ୍ୟ କରାଯାଇଥିଲା ।
