ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବ୍ରହ୍ମପୁର, ତା.୨୩.୮.୨୦୨୫ରିଖ ମାନବ ଅଧିକାର ସୁରକ୍ଷା ମଂଚ, ବିକାଶ, ଜନ ଜାଗରଣ ମଞ୍ଚ, ବରଗଛ ସୁରକ୍ଷା ସମିତି, ଚାଷୀ ମୂଲିଆ ସଂଘ,ଗଜପତି ନଗର ଉନ୍ନୟନ କମିଟି ର ମିଳିତ ଆନୁକୁଲ୍ୟରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ସ୍ଥାନୀୟ ନୀଳlଞ୍ଚଳ ନଗର ଅଂଚଳରେ ଆଜି ବରଗଛ, ଅଶ୍ୱତ୍ଥ ଗଛ, ବାଦାମ ଗଛ ସହ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି l ପରିବେଶ ସଚେତନତା ଲାଗି ବହୁ ବ୍ୟକ୍ତି ବିଶେଷ ଏଥିରେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକୃତି ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ ଦିଆଯାଇଥିଲା l ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପରେ ସ୍ଥାନୀୟ ଅଂଚଳରେ ଗଛର ସୁରକ୍ଷା ଓ ଆମର ଦାୟିତ୍ବ ସମ୍ବନ୍ଧରେ ସ୍ଥାନୀୟ ଅଂଚଳରେ ସଚେତନତା ସୃଷ୍ଟି କରଯାଇଥିଲା l ଆଜିର କାର୍ଯ୍ୟକ୍ରମରେ ପରିବେଶପ୍ରେମୀ ଗଗନ ଚନ୍ଦ୍ର ମଲ୍ଲିକ, ସୁଶାନ୍ତ କୁମାର ସ୍ବାଇଁ,କାହ୍ନୁ ଚରଣ ପାତ୍ର, ଗୁଣନିଧି ବେହେରା, ଲୋକନାଥ ପରିଡ଼ା,ଶ୍ୟାମ ସୁନ୍ଦର ଖାଡଙ୍ଗା, ଅଶୋକ କୁମାର ଦଳାଇ, ପି . ନାଗେଶ୍ଵର ରାଓ,ସ୍ଵର୍ଣ୍ଣପ୍ରଭା ମିଶ୍ର, ଅନୁସାୟା ଦାଶ, ସୁଶାନ୍ତ ପାଢ଼ୀ, ଋତୁପର୍ଣ୍ଣ ପ୍ରଧାନ, ଏ.ସୁରେଶ ଚନ୍ଦ୍ର ମହାପାତ୍ର, ନିରାକାର ନାୟକ, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ନିୟମିତ ଭାବେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଉପସ୍ଥିତ ପ୍ରକୃତି ପ୍ରେମୀ ମାନେ ମତବ୍ୟକ୍ତ କରିଛନ୍ତି l
