ମେଡ଼ିକାଲରେ ବୃକ୍ଷ ରୋପଣ

ମେଡ଼ିକାଲରେ ବୃକ୍ଷ ରୋପଣ
କୋଣାର୍କ – କୋଣାର୍କ ନିକଟସ୍ଥ ବାଲିଦୋକାନ ମେଡ଼ିକାଲରେ ଶୋଭା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି। ଶୋଭା ଫାଉଣ୍ଡେସନ ଅଧକ୍ଷ ତଥା ପ୍ରକୃତି ବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମେଡ଼ିକାଲ ଅଫିସର ଡ଼ାଃ ଅବିନାଶ ସ୍ବାଇଁ ଓ କର୍ମଚାରୀ ମାନେ ମେଡିକାଲ ପରିସରରେ ବୃକ୍ଷ ରୋପଣ କରିଥିଲେ। ପରିବେଶ ସୁରକ୍ଷା ସହିତ ଛାୟା , ଫୁଲ, ଫଳ, ଅମ୍ଳଜାନର ଆବଶ୍ୟକତା ଦୃଷ୍ଟିରୁ ବୃକ୍ଷ ରୋପଣ କରାଯାଉଛି ବୋଲି ଶ୍ରୀ ବିଶ୍ଵାଳ କହିଛନ୍ତି।

Leave a Reply

Your email address will not be published. Required fields are marked *