ନବରଙ୍ଗପୁର ସହର ସ୍ଥିତ ଦଶହରାପଦା ଶ୍ମଶାନ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ !

ନବରଙ୍ଗପୁର( ) ତା: ୧୭.୦୭.୨୦୨୫ ରିଖ: ନବରଙ୍ଗପୁର ସହର ସ୍ଥିତ ଦଶହରାପଦା ଶ୍ମସାନ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ! ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସହର ର ବରିଷ୍ଠ ସମାଜସେବୀ ନନ୍ଦ ନାୟକ,ଜଗନ୍ନାଥ ଵାଘେ, ଓ ପଟେଲ ମାର୍ଗ ର ଯୁବକ ରାଜ ଲିମା, ମନୋଜ ନାୟକ, ପିଙ୍କୁ ସାଗର, ଏବଂ ପ୍ରିୟ ବ୍ରତ ଶ୍ୟାମଳ, ସହଯୋଗ ର ହାତ ବଢ଼ାଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ! ବରିଷ୍ଠ ସମାଜସେବୀ ଜଗନ୍ନାଥ ଵାଘେ ସମସ୍ତେ ଦୁଇ ଦୁଇଟି ଗଛ ଲଗାଇବା ପାଇଁ ଅନୁରୋଧ କରିଥିଲେ ! ଶେଷରେ ସମାଜସେବୀ ଡୋଲି ନାୟକ ଧନ୍ୟବାଦ ଅର୍ପଣ କରିବା ସହ ଜନସାଧାରଣ ବୃକ୍ଷ ରୋପଣ କରିବା ପାଇଁ ଅନୁରୋଧ କରିବା ସହ ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରେ ଲାଗିଛି ଯାହାଦ୍ୱାରା ବାୟୁ ଦୃଷିତ ହେଉଛି ଏଣୁ ସମସ୍ତେ ସଚେତନତା ହେବା ଜରୁରୀ ବୋଲି କହିଛନ୍ତି !

ନବରଙ୍ଗପୁର ରୁ ସରୋଜ ମହାଙ୍କୁଡ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *