ଆଦିବାସୀ ବସ୍ତିରେ ବର୍ଷର ଶେଷ ରାତ୍ରୀ କାଟିଲେ ବଡ଼ଚଣା ବିଧାୟକ

ଆଦିବାସୀ ବସ୍ତିରେ ବର୍ଷର ଶେଷ ରାତ୍ରୀ କାଟିଲେ ବଡ଼ଚଣା ବିଧାୟକ

ବଡ଼ଚଣା : ନୂଆ ବର୍ଷ ଆଗମନ ଶେଷ ରାତ୍ରରେ କିଏ ଜିରୋ ନାଇଟ ସେଲିବ୍ରେସନ କରୁଛ ତ ଆଉ କିଏ ଭୋଜି ଭାତରେ ଆସରରେ ବିତାଉଛି।ବଡଚଣା ବିଧାୟକ ଅମର କୁମାର ନାୟକ ବର୍ଷର ଶେଷ ରାତ୍ର ଆଦିବାସୀ ଓ ଦଳିତ ବସ୍ତିରେ ବିତାଇଥାନ୍ତି।୨୦୨୫ ବର୍ଷର ଶେଷ ରାତ୍ର ମଧ୍ଯ ଅମର ବଡଚଣା ବ୍ଲକ ଅନ୍ତର୍ଗତ ପାରିଆ ଗ୍ରାମ ପଞ୍ଚାୟତ ନିମଢିହ ଆଦିବାସୀ ସାହିରେ ରାତ୍ରିଯାପନ କରିଥିଲେ।ଗ୍ରାମରେ ପହଞ୍ଚିଲା ପରେ ଝୋଟି ମୃଜ ପକାଇ ମାଦଳ ବାଦ୍ୟ ଓ ଆଦିବାସୀ ନୃତ୍ୟରେ ସ୍ବାଗତ କରିଥିଲେ।ଏହି ଅବସରରେ ଗ୍ରାମ ପଞ୍ଚାୟତର ସରପଞ୍ଚ ବେଣୁଧର ବିଶ୍ୱାଳଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଗ୍ରାମରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରିଥିଲେ।ପାନୀୟଜଳ ସମସ୍ୟା ସମାଧାନ ନେଇ ଦୁଇଟି ନଳକୂପ ଖନନ ହେବା ସହ ରାସ୍ତା ନିର୍ମାଣ ପାଇଁ ଚାରିଲକ୍ଷ ଟଙ୍କା ବ୍ୟୟବରାଦ ହେବା ସହ ଗ୍ରାମ ଦେବତୀ ଉନ୍ନତିକରଣ ପାଇଁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବିଧାୟକ ଅବଗତ କରିଥିଲେ।ହାତୀ ଉପଦ୍ରବ ପ୍ରତିହତ ପାଇଁ ସୋଲାର ବାଡ ଓ ଅନ୍ୟ ସମସ୍ୟା ଗୁଡିକ ସମାଧାନ କରାଯିବ ବୋଲି ବିଧାୟକ କହିଥିଲେ।ଏଥିରେ ସମିତି ସଭ୍ଯ, ଜିଲ୍ଲା ଭାଜପା ଉପସଭାପତି ପ୍ରମୋଦ କୁମାର ଜେନା,ସମ୍ପାଦକ ବିକାଶ ମହାପାତ୍ର, ମଣ୍ଡଳ ସଭାପତି ମାନସ ରାଉତ ରାୟ,ବିମଳ ପ୍ରସନ୍ନ ପ୍ରଧାନ, ମନୋଜ ପ୍ରଧାନ, ଅଶୋକ କୁମାର ସିଂ,ବିଶ୍ଵଜିତ ସାମଲ, ଜିଲ୍ଲାପରିଷଦ ସଭ୍ଯ ଅରବିନ୍ଦ ସାମଲ, ଯଚିନ୍ଦ୍ର ନାୟକ, ସରପଞ୍ଚ ରଞନ କୁମାର ଦାଶ, ସମୀର ରାଉତ, ଗଙ୍ଗାଧର ଦାସ, ନିଳମଣୀ ରାଉତ, ଦେବେନ୍ଦ୍ର ନାୟକ, ରଞନ କୁମାର ସାହୁ,ମାମାଲି ବ୍ରହ୍ମ ପ୍ରମୁଖ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *