୪ର୍ଥ ଦିନରେ ଆଦିବାସୀଙ୍କ ଧାରଣା

ଭଞ୍ଜନଗର, ୨୯/୦୨. ଆଦିବାସୀ ଗାଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳର ସର୍ବନିମ୍ନ ମୌଳିକ ସୁବିଧା ଦାବିରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହରାତ୍ର ଧାରଣା ଆଜି ୪ର୍ଥ ଦିନରେ ପହଂଚିଛି। ଆଜି ଧାରଣାସ୍ଥଳରେ ଚାଷୀ ମୂଲିଆ ସଂଘର ନେତା ନିରାକାର ନାୟକ, କଂଗ୍ରେସର ଜାତୀୟ ନେତା ବିଷ୍ଣୁମୟୀ ମହାପାତ୍ର, ଭଞ୍ଜନଗର ନେତା ପ୍ରଶାନ୍ତ କୁମାର ବିଷୋୟୀ ଆଦି ଆସି ସଂହତି ଓ ସମର୍ଥନ ପ୍ରଦାନ କରିଛନ୍ତି। ଆଦିବାସୀ ଭାରତ ମହାସଭାର ଲଢୁଆ ନେତ୍ରୀ ମଞ୍ଜରୀ ଜାନିଙ୍କ ନେତୃତ୍ବରେ ଧାରଣା ସଂପର୍କରେ ସବିଶେଷ ଆଲୋଚନା ହେବା ସହ ଆସିଥିବା ରନ୍ଧା ଖାଦ୍ୟ ସରିଯାଇଥିବା ଯୋଗୁଁ ଶୁଭେଛୁ ଓ ସମର୍ଥକଙ୍କ ସାହାଯ୍ୟ ଓ ସହଯୋଗ ଆଶା କରିଛନ୍ତି । ରାଜ୍ୟର ଅର୍ଥମନ୍ତ୍ରୀ ଏହି ବିଧାନସଭା ମଣ୍ଡଳୀରୁ ପ୍ରତିନିଧିତ୍ଵ କରୁଥିବା ବେଳେ ସର୍ବନିମ୍ନ ମୌଳିକ ସୁବିଧା ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଯୋଗାଇବାରେ ବିଫଳ ହେବା ଅତ୍ୟନ୍ତ ଦୁଃଖ ଦାୟକ। ଦୀର୍ଘ ୩୦ ବର୍ଷ ଧରି ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ ସୁଦ୍ଧା ଏହି ବିକାଶ ଛଳନାପୂର୍ଣ ହୋଇଛି ।

Leave a Reply

Your email address will not be published. Required fields are marked *