ପିଟବାରିରେ ସରକାରୀ ଜମି ଦଖଲ ଉଛେଦ ମାମଲାରେ ପୀଟବାରୀରେ ଆଦିବାସୀ ମେଳି।
କନ୍ଧମାଳ,ଫୁଲବାଣୀ ତହସିଲ ଅଧୀନରେ ଥିବା ପିଟବାରୀ ଗ୍ରାମରେ କିଛି ଆଦିବାସୀଙ୍କ ର ବାସ ଗୃହ ଉଛେଦ ପାଇଁ ସରକାରଙ୍କ ତରଫରୁ ନୋଟିସ ଦିଆଯାଉଥିଲ। ଗତକାଲି ୧୩ ତାରିଖରେ ଉଛେଦ ପାଇଁ ଧାର୍ଯ୍ୟ ହୋଇଥିଲା। ଉଛେଦ ଖବର ପାଇ ଗ୍ରାମର ଆଦିବାସୀ ଲୋକ ପ୍ରତିବାଦ କରିବା ପାଇଁ ସମେବେତ ହୋଇଥିଲେ । କିନ୍ତୁ ଆଦିବାସୀ ମେଳିକୁ ଦୃଷ୍ଟିରେ ରଖି ଉଛେଦ କରିବାକୁ ତହସିଲ କର୍ମଚାରୀ ଗଲେ ନାହିଁ ।

ଗତ ୧୨ ତାରିଖରେ କୁଇ ସମାଜ ସମନୟ ସମିତିର ସମ୍ପାଦକ ଓ ବିଶିଷ୍ଟ ଆଦିବାସୀ ନେତା ଶ୍ରୀ ଲମ୍ବୋଧର କହଁର ଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଏକରାଲି କରି ତହସିଲ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ସହରରେ ଚାପା ଉତ୍ତେଜନା ରହିଛି ।କାରଣ ତହସିଲଦାର ୧୦୦୦ ରୁ ଉର୍ଦ୍ଧ ଲୋକଙ୍କୁ ଉଚ୍ଛେଦ ନୋଟିସ ଦେଇଛନ୍ତି । ଆଗାମୀ ଦିନରେ ବିଭିନ୍ନ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷଭୋ ପଦର୍ଶନ ପାଇଁ ଆଲୋଚନା ଚାଲିଛି ।
