ଉଦଳା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି


ଉଦଳା ୧୮/୪ ତୀର୍ଥକ୍ଷେତ୍ର– ପ୍ରବାଦ ପୁରୁଷ ତଥା ମହାନ ଜନ ନାୟକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ୨୮ ତମ ଶ୍ରାଦ୍ଧ ଦିବସ ଉଦଳା ବିଜୁ ଜନତା ଦଳ ପକ୍ଷରୁ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ କରାଯାଇ ବିଜୁ ବାବୁଙ୍କର ରାଜ୍ୟ ତଥା ଦେଶ ଏବଂ ବିଦେଶରେ ତାଙ୍କର ଯେଉଁ ଯଶ ରହିଛି ଉପସ୍ଥିତ ନେତୃମଣ୍ଡଳୀ ମାନେ ଗୁଣଗାନ କରିଥିଲେ । ତାଙ୍କର ଅଳ୍ପ ସମୟ ମୁଖ୍ୟମନ୍ତ୍ରୀ କାଳରେ ପାରାଦୀପ ବନ୍ଦର, ରାଉରକେଲା ଷ୍ଟିଲ କାରଖାନା, ଓ.ଟି.ଏମ ଲୁଗାକଳ କୃଷି ବିଶ୍ୱବିଦ୍ୟାଳୟ ଏଭଳି ଅନେକ ଶିଳ୍ପ କଳ କାରଖାନା ସହିତ ଶିକ୍ଷା ସ୍ୱାସ୍ଥ୍ୟରେ ଅନେକ ଉନ୍ନତି କରିଥିବାର ନଜର ରହିଅଛି । ଆମ କପ୍ତିପଦା ଉପଖଣ୍ଡର ତାଙ୍କ ହାତରେ ଶୁଭ ଦିଆଯାଇଥିବା ଉଦଳା ମହାବିଦ୍ୟାଳୟ । କାଳ ମଧ୍ୟମ ଜଳସେଚନ, ସୋନ ମଧ୍ୟମ ଜଳ ସେଚନ ଏବଂ ଯେତେ ଗୁଡିଏ କଲେଜ ନିର୍ମାଣ ହୋଇଛି ତାହା ବିଜୁ ବାବୁଙ୍କର ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦୌଇତାରୀ ପାରାଦୀପ ରୋଡ ତାଙ୍କ ମାନସ ସନ୍ତାନ । ଏଭଳି ଆମ ରାଜ୍ୟ ପାଇଁ ଅନେକ ନୂତନତ୍ୱ ସୃଷ୍ଟି କରିଯାଇଛନ୍ତି, ତାହା କେହି ଭୁଲି ପାରିବେ ନାହିଁ । ଏ ମାଟି ଏବଂ ଏ ଜାତି ବଂଚିଥିବା ପର୍ଯ୍ୟନ୍ତ ସବୁଦିନ ସେ ପୂଜା ପାଉଥିବେ ବୋଲି ବ୍ୟକ୍ତମାନେ ବ୍ୟକ୍ତବ୍ୟରେ ପ୍ରକାଶ କରିଥିଲେ । ଉକ୍ତ ସଭାରେ ଉଦଳା ବ୍ଲକରୁ ପୂର୍ବତନ ବ୍ଲକ ସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ ବରିଷ୍ଟ କର୍ମୀ ନରେନ୍ଦ୍ର ମୋହନ ରାଉତ, ଅରୁଣ ନାଏକ, ମହେନ୍ଦ୍ର କୁମାର ସାହୁ, କପ୍ତିପଦା ବ୍ଲକ ଜିଲ୍ଲା ପରିଷଦ ମାକୁ ସିଂ, ଯୁବନେତା ନୀଳମାଧବ ପାତ୍ର, ପ୍ରଶାନ୍ତ କୁମାର ବେହେରା, ସୁନିଲ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ନାୟକ, ଗୋପବନ୍ଧୁ ନଗର ବ୍ଲକରୁ ଅସିତ କୁମାର ଲେଙ୍କା, ମଣ୍ଟୁ ସାହୁ, ପ୍ରେମଚାନ୍ଦ ବିନ୍ଧାଣୀ, ତପନ ମହାନ୍ତ, କେସର ମାର୍ଣ୍ଡି, ପାଗାନ ମୁର୍ମୁ, ଉଦଳା ଏନ୍‌.ଏ.ସିର ପୂର୍ବତନ ସଭାପତି ବନମାଳୀ ବେହେରା ସୌଭାଗ୍ୟ କୁମାର ସାହୁ, ଲିଲିଭୋଳ, ମମତା ଟୁଡୁ ପ୍ରଦୀପ କୁମାର ପରିଡା ଏବଂ ବରିଷ୍ଟ ନେତା ମନୋଜ ମହାନ୍ତି, ସବିତା ହାଁସଦାଃ, ପ୍ରଶାନ୍ତ କୁମାର ତ୍ରପାଠୀ, ମଣ୍ଟୁ ପୋଥାଳ ଏବଂ ବହୁ ନେତୃ ମଣ୍ଡଳୀ ଯୋଗଦେଇ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଜିର ଏ ସଭାକୁ ସରସ ସୁନ୍ଦର କରିବା ପାଇଁ ଶଶଧର ସ୍ୱାଇଁ ଛାତ୍ର ନେତା ଆଶିଷ କୁମାର ଦାସ ଯୁବନେତା ବିଶାକର ମହାପାତ୍ର, ପ୍ରତାପଚନ୍ଦ୍ର ବେହେରା ଶୁଶାନ୍ତ କୁମାର ବେହେରା, ସୁରେଶ ବିନ୍ଧାଣୀ ଏବଂ ଅନ୍ୟାନ୍ୟ ବହୁ କର୍ମୀ ଉପସ୍ଥିତ ହୋଇ ସହଯୋଗର ହାତ ବଢାଇ ଥିଲେ । ସଭାରେ ଦୂର ଦୂରାନ୍ତରୁ ଆସିଥିବା ବିଜୁ ପରିବାର ସମସ୍ତ ସଦସ୍ୟ ସଦସ୍ୟାମାନଙ୍କୁ ବରିଷ୍ଟନେତା ତଥା ଜୀବନ ବିନ୍ଦୁ ସଂଯୋଜକ ଅମିୟ କୁମାର ବଳ ଧନ୍ୟବାଦ ଅର୍ପଣ କରିବା ପରେ ସଭାସାଙ୍ଗ କରାଯଅଇଥିଲା । ସାମ୍ବାଦିକ ସମ୍ମିଳନୀ
ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ପ୍ରତିମୂର୍ତିରେ ଯେଉଁ ଦୂର୍ବୁତ୍ତ ମାନେ ନିଆଁ ଲଗାଇ ଦେଇଛନ୍ତି ତାହା ଉଦଳା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଦୃଢ ଭାବରେ ନିନ୍ଦା କରାଯାଇଥିଲା । ଭାରତୀୟ ଜନତା ପାର୍ଟି ଶାସନ କ୍ଷମତାରେ ରହିଛି । ଆଜି ସାରା ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଉପୁଡିଯାଇଅଛି । କେନ୍ଦ୍ରାପଡା ଠାରେ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତୀର ମୁଣ୍ଡ କାଟିଦିଆଗଲା, ତାହା ତଦନ୍ତ କରାଯାଉଛି ଏ ପର୍ଯ୍ୟନ୍ତ ଦୋଷି ଧରାଯାଇନାହିଁ । ପାଟଣାଗଡ ଠାରେ ପ୍ରତିମୂର୍ତିରେ ନିଆଁ ଲଗାଗଲା । ସରକାର ଜଣେ ପାଗଳ ବ୍ୟକ୍ତିକୁ ଧରି ତାକୁ କୋର୍ଟ ଚାଲାଣ କରିଅଛି । ଏହା କଣ ପ୍ରକୃତରେ ସତ୍ୟ? ଜଣେ ଦାୟିତ୍ୱ ସଂପର୍ଣ୍ଣ ଓଡିଶାର ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ନିର୍ବାଚନମଣ୍ଡଳୀ ପାଟଣା ଅଟେ । ସେ କଣ ଜାଣି ନାହାନ୍ତି ଏହା ସରକାରଙ୍କର ଜ୍ଞାତ ସାରରେ ହଉଥିବାର ଆମ୍ଭେ ସଂନ୍ଦେହ ପ୍ରକୋଟ କରୁଅଛୁ । ଜଦି ଏହା ଓଡିଶା ସରକାରଙ୍କର ପ୍ରରୋଚନାରେ ହଉଛି ତାହେଲେ ଆମ୍ଭେ ମଧ୍ୟ ସେଭଳୀ ହିଂସା, ଘୃଣା କାମ କରିବା ପାଇଁ ବାଧ୍ୟ ଦେବୁ ସରକାରଙ୍କୁ ସୁଚେଇ ଦବା ପାଇଁ ଚାହୁଛୁଁ ଯେ, ଏଭଳି ହିଂସା, ଘୃଣା କାର୍ଯ୍ୟରେ କ୍ଷାନ୍ତ ରୁହନ୍ତୁ ଏବଂ ଯେଉଁ ଅସାମାଜିକ ଲୋକମାନେ ଏହାକୁ ଉସୁକାଉଛନ୍ତି ଏବଂ କରୁଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ବାଧ୍ୟ ହୋଇ ଆଗାମୀ ଦିନରେ ବିଜୁ ଜନତା ଦଳ ରାଜରାସ୍ତାକୁ ଉହ୍ଲାଇବ ବୋଲି ଆଜି ଦୃଢ ଭାବରେ ଦାବୀ କରୁଅଛି ।

Leave a Reply

Your email address will not be published. Required fields are marked *