ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ ୨୮/୪ ୧୯୩୬ ମସିହା ଅପ୍ରେଲ ୨୮ ତାରିଖରେ ମୁକ୍ତି ଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ।ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଥିଲେ ଏହାର ସ୍ରଷ୍ଟା।ପୁରୀ ର ଲକ୍ଷ୍ମୀ ଟକିଜରେ ଏହା ମୁକ୍ତି ଲାଭ କରି ଏକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରିଥିଲା।ଗୋସ୍ବାମୀ ସେଥିରେ ନିର୍ଦ୍ଦେଶନା ଦେବା ସହ ପ୍ରଯୋଜନା ଓ ଅଭିନୟ ମଧ୍ୟ କରିଥିଲେ।୯୦ ବର୍ଷ ତଳର ସେହି ମଧୁର ସ୍ମୃତି ଓଡ଼ିଆ ସିନେ ଜଗତ ପାଇଁ ସଦା ସର୍ବଦା ତାଜୁଲ୍ଯମାନ।ଏହା ମଧ୍ୟରେ ଅନେକ ସିନେମା ତିଆରି ହୋଇଛି।କିନ୍ତୁ ସୀତା ବିବାହ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ସେମିତି ସମ୍ମାନ ର ଅଧିକାରୀ ହୋଇ ରହିଛି ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ।ଆଜି ପୂର୍ବାହ୍ନରେ ଟାଉନ ହଲ ଛକ ଠାରେ ଥିବା ମୋହନ ସୁନ୍ଦର ଦେବ ଗୋସ୍ବାମୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଚଳଚ୍ଚିତ୍ର ଜଗତ ଥିବା ଯାଏଁ ମୋହନ ସୁନ୍ଦର ଦେବ ଗୋସ୍ବାମୀ ଅମର ରହିଥିବେ ଓ ପିଢ଼ି ପରେ ପିଢ଼ି ଅନୁପ୍ରାଣିତ ହେଉଥିବେ ବୋଲି ସେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପଟ୍ଟନାୟକ, ସମାଜ ସେବୀ ପ୍ରଦ୍ମନାଭ ତ୍ରିପାଠୀ ,ପ୍ରିୟଦର୍ଶନ ପଟ୍ଟନାୟକ, ପ୍ରାକ୍ତନ ସେନସର ବୋର୍ଡ ସଦସ୍ୟ ମାନସୀ ପ୍ରଧାନ, ମହେନ୍ଦ୍ର ସାହୁ, ପୁଷ୍ପଜିତ ମହାପାତ୍ର, ଦିଲ୍ଲୀପ ଷଡ଼ଙ୍ଗୀ, କାଶୀନାଥ ସୁବୁଦ୍ଧି ପ୍ରମୁଖ ଙ୍କ ସହ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *