ରକ୍ତଦାନ ମାଧ୍ୟମରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି
ରଘୁନାଥପୁର, ୨୫/୧:- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏରଡଙ୍ଗା ପଞ୍ଚାୟତର ଅଗ୍ରଣୀ ସଚେତନ ଓ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ଆଞ୍ଚଳିକ ଯୁବକ ସଂଘ, ନାଲିବର ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ରକ୍ତଦାନ କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।ଏହି ଶିବିରକୁ ଯୁବକ ସଂଘର ଉପଦେଷ୍ଟା ତଥା ସାହିତ୍ୟିକ ଅଲେଖ ଚନ୍ଦ୍ର ବେହେରା, ପଦ୍ମଚରଣ ସାହୁ ଓ ସ୍ଥାନୀୟ ସରପଞ୍ଚ ଧର୍ମାନନ୍ଦ ସେଠୀ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ମାନ୍ୟବର ସଂସଦ ଜଗତସିଂହପୁର ଡ଼. ବିଭୁପ୍ରସାଦ ତରାଇ ଏବଂ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସଭାପତି ପ୍ରତାପ ମିଶ୍ର, ଜିଲ୍ଲା ସଂପାଦକ ଡ଼. ପ୍ରକାଶ ଚନ୍ଦ୍ର ଦଳାଇ ଯୋଗଦେଇ ଯୁବକ ସଂଘର ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ।ଶିବିରର ପରିଚାଳନାରେ ଆଞ୍ଚଳିକ ଯୁବକ ସଂଘର ସଭାପତି ତ୍ରିଲୋଚନ ପାତ୍ର, ଉପସଭାପତି ବୀରକିଶୋର ବାରିକ, ସଂପାଦକ ସ୍ମୃତିରଞ୍ଜନ ବେହେରା ଓ ସହ-ସଂପାଦକ ଶୁସିଲ ଖଟୁଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଏହି ଶିବିରରେ ମୋଟ ୩୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ସଂଯୋଜକ ସରୋଜ କୁମାର ଦ୍ୱିବେଦୀଙ୍କ ନେତୃତ୍ୱରେ ଜୟପୁର ମଣ୍ଡଳ ସଭାପତି ବନୋଜ ନାୟକ, ମଣ୍ଡଳ ଉପସଭାପତି ସଞ୍ଜୟ ଖୁଣ୍ଟିଆ, ସମାଜସେବୀ ସୈଭାଗ୍ୟ ଜେନା, ଯୁବ ସମାଜସେବୀ ତଥା ନିୟମିତ ରକ୍ତଦାତା ବଳରାମ ଦଳାଇ , ଦୀପ୍ତି ରଞ୍ଜନ ମହାପାତ୍ର , ଶଶାଙ୍କ ଶେଖର ମହାନ୍ତି,ପ୍ରକାଶ କୁମାର ବାରିକ, ଅଭିଷେକ ଦାସ, ଜଗନ୍ନାଥ ଦାସ, ବିକ୍ରମ ବେହେରା, ବିଶ୍ୱଭୂଷଣ ବେହେରା, ରଞ୍ଜନ ସାମଲ, ଦୀପ୍ତିରଞ୍ଜନ ସାହୁ, ରାମଚନ୍ଦ୍ର ନାୟକ, ତୋଫାନ ଦଳାଇ, ଗୋଲେଖ ବେହେରା, ଆକାଶ ସେଠୀ, ଅମିତ୍ ନାୟକ, ମନ୍ଟୁ, ଶୁଭମ୍ ସାହୁ, ପ୍ରଭସ ସାହୁ, ସତ୍ୟ ପ୍ରକାଶ ଦାସ, ପାର୍ଥସାରଥୀ ନାୟକ, ଅଭିଳାଷ ସାହୁ ପ୍ରମୁଖ ସମେତ ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିରରେ ଜଗତସିଂହପୁର ରକ୍ତଭଣ୍ଡାର ପକ୍ଷରୁ ପ୍ରିୟଙ୍କା ମେହେର, ବିଶ୍ୱରଞ୍ଜନ ମଲ୍ଲିକ, ଆପାରାଜିତା ସାହୁ, ଜ୍ୟୋତିର୍ମୟୀ ଦାସ, ସୁଧାନ୍ସୁ ଜେନା ଓ ସୁବ୍ରାନ୍ସୁ ମହାନ୍ତି ରକ୍ତ ସଂଗ୍ରହ କରିଥିଲେ l
