ସ୍ବର୍ଗତ ଅନନ୍ତ ପ୍ରସାଦ ଅନୁଗୁଳିଆଙ୍କ ଶ୍ରଦ୍ଧାଞ୍ଜଳି ସଭା
ସ୍ବର୍ଗତ ଅନନ୍ତ ପ୍ରସାଦ ଅନୁଗୁଳିଆଙ୍କ ଶ୍ରଦ୍ଧାଞ୍ଜଳିସଭା ଅନୁଷ୍ଠିତ ମାଲକାନଗିରି:୨/୦୮/୦୨୩ସ୍ବର୍ଗୀୟ ଅନନ୍ତ ପ୍ରସାଦ ଅନୁଗୁଳିଆ ଙ୍କ ଦ୍ୱାଦଶ ଦିବସ ଅବସରରେ ମାଥିଲିସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ସ୍ମୃତିପୀଠ ପରିସରର କଲ୍ୟାଣ ମଣ୍ଡପ ଠାରେ ପାଳନ କରାଯାଇଛି l ସ୍ବର୍ଗତ ଅନୁଗୁଳିଆଙ୍କ ବଡ ଭାଇ ଶ୍ରୀ ଶମ୍ଭୁ ପ୍ରସାଦ ଅନୁଗୁଳିଆଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ଦୂର ଦୁରାନ୍ତରରୁ ଓ ନିକଟବର୍ତ୍ତୀ ଗ୍ରାମର ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଅନୁଗୁଳିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ସ୍ବର୍ଗତ ଅନନ୍ତ ଅନୁଗୁଳିଆ ଜଣେ ସମାଜସେବି ଥିଲେ l ଥାନା ଠାରୁ ଆରମ୍ଭ କରି ସବୁ ପ୍ରକାରର ସାହାଯ୍ୟ ନେବାକୁ ଚାହୁଁଥିବା ହିତାଧିକାରୀଙ୍କ ପାଇଁ ଲେଖୁଥିଲେ ଏତଲା l ଓ ସ୍ବର୍ଗତ ଅନନ୍ତ ଅନୁଗୁଳିଆ କହିଲେ ଲେଖକ ଭାବେ ପରିଚିତ ଥିଲେ l ଅର୍ଥାତ ମାଥିଲି ବ୍ଲକ ରେ ଅନୁଗୁଳିଆ ପରିବାର କହିଲେ ଲେଖକ ଭାବେ ଜଣା ଶୁଣା l ପ୍ରାୟ ଦୁଃଖୀ ଗରିବଙ୍କ ସବୁ ସମସ୍ୟାର ସମାଧାନ ପାଇଁ ଓ ସମାଜ ର କଲ୍ୟାଣ ନିମନ୍ତେ ଦୀର୍ଘ ବର୍ଷ ରୁ ସମାଜ ର ସେବା ର ମନବୃତି ଜାରିରହି ଥିବାର ଅନୁଗୁଳିଆ ପରିବାରର ଏହା ଏକ ମୂଳ ଲକ୍ଷ୍ୟ ରହିଛି ବୋଲି l ଯୋଗଦେଇଥିବା ବହୁ ବର୍ଷରୁ ଦେଖି ଦେଖି ଆସୁଥିବା ବୃଦ୍ଧା ମାନେ ତଥା ଉପସ୍ଥିତ ବୃଦ୍ଧିଜୀବୀ ଶ୍ରୀ ଗଙ୍ଗା ଧର ବୁରୁଧା, କାନମ୍ ରାଜୁ ନାୟକ, ସନୁ ଅନୁଗୁ,ସମେତ ବହୁ ଜନସାଧାରଣ ଉପସ୍ଥିତ ହଇ କହିବାର ଜଣା ପଡିଥିଲା l ଅନୁଗୁଳିଆ ପରିବାର ନାମରେ ସାରା ଓବିଭକ୍ତ କୋରାପୁଟ ଜିଲ୍ଲା ରେ ଲେଖକ ଭାବେ ପରିଚିତ l ବହୁ ବର୍ଷ ହେବ ସ୍ବର୍ଗତ ସନ୍ୟାସୀ ଅନୁଗୁଳିଆ ହେଉଛନ୍ତି ଅନୁଗୁଳିଆ ପରିବାର ଙ୍କ ଚିର ଅମର କହିଲେ ଅତୃକ୍ତି ହେବନାହିଁ ବୋଲି ମଧ୍ୟ ଗଣନା କରି କହିଛନ୍ତି ବୃଦ୍ଧିଜୀବୀ ଗଙ୍ଗାଧର ବୁରୁଦା l ଓ ଏହି ପରିବାର ର ସମସ୍ତ ଙ୍କୁ ଆସୋଓସନା ଦେବା ସହ ସ୍ବର୍ଗତ ଅନନ୍ତ ଅନୁଗୁଳିଆ ଙ୍କ ଦ୍ୱାଦଶ ଦିବସ ବା (ଦଶାହ )କାର୍ଯ୍ୟକ୍ରମ କରି ଅମର ଆତ୍ମର ସଦ୍ଗତି କାମନା କଲେ l
