ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀରେ କଂଗ୍ରେସ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି।
ଜଗତସିଂହପୁର,ବରିଷ୍ଠ କଂଗ୍ରେସ ନେତା ତଥା ପୂବତନ ଜିଲ୍ଲା ପରିଷଦ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି।ଏହି ଅବସରରେ ଡାକବଙ୍ଗଳା ଛକଠାରେ ଅବସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହ ସ୍ମୃତି ଚାରଣ କରାଯାଇଥିଲା।ଏହି ଅବସରରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ଜିଲ୍ଲା ସଭାପତି ଇଂ ବେଦଦ୍ୟୁତ ପୃଷ୍ଟି, ଯୁବନେତା ଅବନୀକାନ୍ତ ମହାରଣା, ରବିନ୍ଦ୍ର କୁମାର ମଲ୍ଲିକ, ସୁକାନ୍ତ କୁମାର ମହାପାତ୍ର, ସଂଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
