ସୋରଡ଼ା ନିର୍ବାଚନ ମଣ୍ଡଳୀ ରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ
ସୋରଡ଼ା ନିର୍ବାଚନ ମଣ୍ଡଳୀ ରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ।
ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ସୋରଡ଼ା ର ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ଙ୍କ ତତ୍ତ୍ଵାବଧାନରେ ସୋରଡ଼ା ବ୍ଲକ ବଡଗଡ ପଞ୍ଚାୟତ ସ୍ଥିତ ଶ୍ରୀରାମ ମନ୍ଦିର ରୁ ନିକଟରୁ ପ୍ରଥମେ ଶୋଭାଯାତ୍ରା ଟି ବାହାରି ବଡଗଡ ସୁରଖଦେଇପୁର, ଖରିଗୁଡ଼ା ଅଞ୍ଚଳ ପରିକ୍ରମା କରିବା ପରେ ସୋରଡ଼ା ସହର ଦେଇ ଗୋପାଳପୁର ଶାସନ,ଲାଠିପୋଡ଼ା ,କୁଲଙ୍ଗି , ବୁଢ଼ାକେନ୍ଦୁ ମନ୍ଦିର ଦେଇ ବେଲଗୁଣ୍ଠା ବ୍ଲକ ର କ୍ଷେତ୍ରୀୟବରପୂର୍,ଗୋବରା, ନାଟେଙ୍ଗା,ମନ୍ଦାର, ଆମ୍ବପୁଆପରିକ୍ରମା କରିବା ପରେ ମଙ୍ଗଳପୁର ଶିବମନ୍ଦିର ପ୍ରାଙ୍ଗଣ ରେ ଶୋଭାଯାତ୍ରା ଟି ସମାପ୍ତ ହୋଇଥିଲା।ତେବେ ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଉପସ୍ଥିତ ରହିବା ସହ ଘୁମୁସର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ବୁଲୁ ସ୍ୱାଇଁ ଓ ଘୁମୁସର ଜିଲ୍ଲା ଉପସଭାପତି ରାଧାମୋହନ ସ୍ୱାଇଁ ସରବଡି ମଣ୍ଡଳ ସଭାପତି ସତ୍ୟ ନାରାୟଣ ଗୋଡ଼ ସହ ବିଜେପି ର ବରିଷ୍ଟ ଦେବଦୁଲଭ କାର୍ଯ୍ୟକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ତା ସହ ହଜାର ହଜାର କର୍ମୀ ଏହି ଶୋଭାଯାତ୍ରା ରେ ସାମିଲ ହୋଇ ଭାରତ ମତାର ଗୁଣଗାନ କରି କାର୍ଯ୍ୟକ୍ରମ ଟି ଶାନ୍ତିଶୃଙ୍ଖଳା ର ସହ ଶେଷ ହୋଇଥିଲା
