ବିଶିଷ୍ଟ ବାଦ୍ଯକାର ସଙ୍ଗିତଜ୍ଞ ତ୍ରିଲୋଚନ ଭୋଇ ଙ୍କ ସ୍ମୃତି ଚାରଣ ସଭା

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ବଣିଆପଡା ଗ୍ରାମ ର ଅବସର ପ୍ରାପ୍ତ ଗ୍ରାମ୍ୟ କୃଷି କର୍ମଚାରୀ ତଥା ବିଶିଷ୍ଟ ହାରମୋନିୟମ୍ ବାଦକ ତଥା କଣ୍ଠଶିଳ୍ପୀ ତ୍ରିଲୋଚନ ଭୋଇ ଙ୍କ ଦ୍ଵାଦଶ ରେ ସ୍ମୃତି ଚାରଣ ସଭା ଗଁଦିଆ ସ୍ମୃତି ସଂସଦ ତରଫରୁ ତାଙ୍କ ବଣିଆପଡା ଗ୍ରାମ ବାସଭବନ ରେ ଗଁଦିଆ ସ୍ମୃତି ସଂସଦ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ମାସ ସାତ ତାରିଖ‌ ମଧ୍ୟାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ସ୍ମୃତି ଚାରଣ ସଭା ରେ ଗଁଦିଆ ସେବା ସମବାୟ ସମିତିର ସଭାପତି ବିଶ୍ବନାଥ ଜେନା, ପୋରୁହଖୋଜ ଗ୍ରାମ ପଞ୍ଚାୟତ ସମିତିସଭ୍ଯ ବଳରାମ ପରିଡା, ଗଁଦିଆ ସ୍ମୃତି ସଂସଦ ର ସମ୍ପାଦକ ତାପସ କୁମାର ରାଉତ, ଉପସଭାପତି ଡମ୍ବରୁଧର ସେଠୀ, ସଂଯୋଜକ ଅଭିମନ୍ୟୁ ଦାସ, ଅଧ୍ୟାପକ ବିକାଶ କୁମାର ମିଶ୍ର, ଦୈନିକ ଖବରକାଗଜ ସମ୍ବାଦ ର ଭୁବନ ପ୍ରତିନିଧି ପୂର୍ଣଚନ୍ଦ୍ର ସାହୁ, ସଙ୍ଗୀତଜ୍ଞ ଦେବରାଜ ଓଝା, ବରିଷ୍ଠ ସମାଜସେବୀ ରାମଚନ୍ଦ୍ର ସାହୁ, ଜଳଧର ଦେହୁରୀ ଯୁବସମାଜ ସେବୀ ପ୍ରଦୀପ କୁମାର ସାହୁ ଙ୍କ ସହିତ ବହୁମାନ୍ଯ ଗଣ ବ୍ୟକ୍ତି ଉପସ୍ଥିତ ହୋଇ ସ୍ମୃତି ଚାରଣ କରିଥିଲେ।ଶ୍ରୀମଦ୍ ଭାଗବତ୍ ଗୀତା ସଂଯୋଗକ ଶ୍ରୀ ଦାସ ପାଠ କରିଥିଲେ। ସ୍ବର୍ଗତ ଭୋଇ ଙ୍କ ବିୟୋଗ ରେ ଗଁଦିଆ ର ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଅଛି ବୋଲି ବିଭିନ୍ନ ବକ୍ତା ସ୍ମୃତି ଚାରଣ କରିଥିଲେ। ସଭାପତି ଶ୍ରୀ ସାହୁ ଗଁଦିଆ ବ୍ଳକ ର ଭିକାରୀ ବଳ ବୋଲି ଅଭିହିତ କରି ଜଣେ ଜଗନ୍ନାଥ ପ୍ରେମୀଙ୍କୁ ଗଁଦିଆ ବ୍ଳକ ହରାଇଲା ବୋଲି ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *