ଟ୍ରକ ଧକ୍କାରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଛକ ଠାରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ ଧକ୍କାରେ କାମାକ୍ଷା ନଗର ୧0୮ଆମ୍ବୁଲାନ୍ସ ଡ୍ରାଇଭର ଙ୍କର ଶୋଚନୀୟ ମୃତ୍ୟୁ ହୋଇଛି l କାର୍ଯ୍ୟରତ ଆମ୍ବୁଲାନ୍ସ ଡ୍ରାଇଭର ନିଜର କାର୍ଯ୍ୟ ସାରି ବିଳମ୍ବିତ ରାତିରେମୋଟର ସାଇକେଲ ଯୋଗେ ଘରକୁ ଫେରୁଥିବାବେଳବାଉଁଶ ପାଳ ଗ୍ରାମ ଜାତୀୟ ରାଜପଥ ଛକ ନିକଟରେ ଟ୍ରକ ସହିତ ଧକ୍କା ହେବା ଫଳରେଗୁରୁତର ଅବସ୍ଥାରେ ୧0୮ଯୋଗେ ମେଡିକାଲ ରେ ପହଂଚିଥିଲେ, ସେଠାରେ ଡାକ୍ତର ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିବାବେଳେ ଅନ୍ୟ ଜଣକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଅଛି। ମୃତକ ଡ୍ରାଇଭର ଜଣଙ୍କ ହେଲେ ବାଙ୍ଗୁରା ଗ୍ରାମର ଅଚ୍ୟୁତାନନ୍ଦ ନାଏକ ଙ୍କ ପୁଅ ଆଲୋକ ନାଏକ (୨୪ ), ଗୁରୁତର ଜଣଙ୍କ ହେଲେ ସେହି ଗ୍ରାମର ଦୀନବନ୍ଧୁ ନାଇକ ବୟସ ୨୨ବର୍ଷ. l ଖବରପାଇ କାମାକ୍ଷା ନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରେ ମୃତ ଶବକୁ ବ୍ୟବଛେଦ ର ବ୍ୟବସ୍ଥା କରି ତଦନ୍ତ ଆରମ୍ଭ କରିଛି। l
