ରାସ୍ତା କଡରେ ଠିଆ ହେଇଥିବା ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଜଣେ ମହିଳା ମୃତ

ଗୁରୁବାର ସନ୍ଧ୍ୟା ସମୟରେ କୋରେଇ ଥାନା ନୂଆଗଡ ଛକ ଠାରେ ରାସ୍ତା କଡରେ ସ୍କୁଟି ଧରି ଜଣେ ମହିଳା ଠିଆ ହେଇଥିବା ସମୟରେ ଧକ୍କା ଦେଲା ୧୬ ଚକିଆ ଟ୍ରକ, ଜଣେ ମହିଳା ମୃତ l ଜନୈକା ମହିଳା ବର୍ଷା ରାଣୀ ବେହେରା ନିଜ ସ୍କୁଟି ଗାଡିକୁ ଧରିକି ନୂଆଗଡ ଛକରେ ଠିଆ ହେଇଥିବା ବେଳେ ଏହି ସମୟରେ ଏକ ୧୬ ଚକିଆ ଟ୍ରକ ନମ୍ୱର୍ OD22 W 9981 ଦ୍ରୁତ ଗତିରେ ଆସି ମହିଳାଙ୍କ ସ୍କୁଟି ଗାଡିକୁ ପଛପଟୁ ଚଢ଼େଇ ଦେଇଥିଲା l ଫଳରେ ସ୍କୁଟି ଗାଡ଼ିଟି ମହିଳା ଙ୍କ ସହ ଘୋଷାଡି ହୋଈ ଅନତି ଦୂରକୁ ଚାଲିଯାଇଥିଲେ l ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ସୂଚନା ଦେବାପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ସଙ୍ଗେ ସଙ୍ଗେ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l

ସେଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କଲା ପରେ ମୃତ ଘୋଷଣା କରିଥିଲେ l ମୃତ ମହିଳା ଜଣଙ୍କ ବ୍ରହ୍ମବରଦା ଅଞ୍ଚଳର ବର୍ଷାରାଣୀ ବେହେରା ବୟସ ୩୧ ବୋଲି ସୂଚନା ମିଳିଛି l ତେବେ ସୂଚନା ଅନୁଯାଇ ସେ ନୂତନ ଭାବରେ ବ୍ୟାସନଗର ତହସିଲ ରେ junior clerk ଭାବେ କାର୍ଯ୍ୟରତ ଥିଲେ l ସେପଟେ ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ ଖବର ପାଇ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିବାର ସହ ଆଲୋଚନା କରିଥିଲେ

Leave a Reply

Your email address will not be published. Required fields are marked *