ରଙ୍ଗଶାଳା ଅନୁଷ୍ଠାନ ପକ୍ଷରୁ ୧୪ ତମ ଜାତୀୟ ନାଟ୍ୟ ମହୋତ୍ସବ ୨୦୨୪
ରଙ୍ଗଶାଳା ଅନୁଷ୍ଠାନ ପକ୍ଷରୁ ୧୪ ତମ ଜାତୀୟ ନାଟ୍ୟ ମହୋତ୍ସବ ୨୦୨୪ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ କଳାକାର ପ୍ରସନ୍ନ ମିଶ୍ର,ପୂର୍ବତନ ବ୍ଲକ ଉନ୍ନୟନ ଅଧିକାରୀ ଦେବଦତ୍ତ ଷଡଙ୍ଗୀ,ବରିଷ୍ଠ ଚଳଚ୍ଚିତ୍ର ଅଭିନେତା କେଦାର ମିଶ୍ର, ହାପିନେସ ଫାଉଣ୍ଡେସନ ର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ,ନୀଳାଚଳ କ୍ରୀଡା ସଂଗଠନର ସମ୍ପାଦକ ସନ୍ତୋଷ କୁମାର ଛୁଆଳସିଂ, ହଲିଡେ ରିସର୍ଟ ର ପରିଚାଳକ ରାଜକିଶୋର ପାତ୍ର,ଅନୁଷ୍ଠାନର ସଭାପତି ଗିରିଶ ଚନ୍ଦ୍ର ନାୟକ,କାର୍ଯ୍ୟକାରୀ ସଭାପତି ବଳରାଜ୍ ତ୍ରିପାଠୀ ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ସାହୁ ପ୍ରମୁଖ ଯୋଗଦାନ କରି ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ନାଟକ ହେଉଛି ଏମିତି

ଏକ ମାଧ୍ୟମ ଯେଉଁଥିରେ ପ୍ରକୃତ କଳାକାର ଚୟନ କରାଯାଇଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଏହାପରେ ରଙ୍ଗଶାଳା ସମ୍ମାନରେ ବରିଷ୍ଠ କଳାକାର ଅଜୟ କୁମାର ରଥ,ବିଜୟ କୁମାର ଆପଟ ଏବଂ ବିଦ୍ୟାଧର ମହାରଣା ଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା।ମଞ୍ଚ ପରିଚାଳନା କରିଥିଲେ ମଧୁସ୍ମିତା ସାହୁ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟ ପରିଚାଳନା କରିଥିଲେ ଶ୍ୟାମ ପ୍ରକାଶ ସେନାପତି । ଏହାପରେ ରଙ୍ଗଶାଳା ପକ୍ଷରୁ ପ୍ରଥମ ଦିନର ନାଟକ “ଶବ ବାହକମାନେ ” ମଞ୍ଚସ୍ଥ କରାଯାଇଥିଲା ।ଯେଉଁଥିରେ ଆଜିକାଲି ଏ ଧରାପୃଷ୍ଠରେ ଆଉ ମଣିଷ ନାହାନ୍ତି….. କେବଳ ଶବ। ମଣିଷତ୍ୱ ନାହିଁ …. ଛଅ ବାଇ ତିନି, ମାଟି ତଳେ ପୋତା ହୋଇଯାଇଚି। ସମସ୍ତେ ଶବ ପାଲଟି ଯାଇଛନ୍ତି । କେହି ବାହକ ହବା ପାଇଁ ଚେଷ୍ଟିତ ନୁହନ୍ତି। କହିବାକୁ ଗଲେ, ସମୟ ଏତେ ପରିମାଣରେ ବଦଳିଯାଇଛି ଯେ ବର୍ତ୍ତମାନ ସାମାଜିକ ପ୍ରଥା କୁପ୍ରଥାରେ ପରିଣତ ହୋଇଯାଇଛି ଏବଂ କୁପ୍ରଥା- ପ୍ରଥା ହେଇଯାଇଛି। ପାରମ୍ପରିକତାରୁ ମୁକ୍ତି ପାଇଁ ଠିକ୍ ଯେମିତି ପ୍ରଗତିଶୀଳ ସ୍ରଷ୍ଟା କରେ.. ଠିକ୍ ସେମିତି ପରିବେଶର ସମ୍ମୁଖୀନ ହୋଇଛନ୍ତି “ ଶବବାହକମାନେ’”ର ଚରିତ୍ର ସବୁ ହଠାତ୍ ଏକ ନିର୍ଜନ ସ୍ଥାନରେ ଭିଷଣ ବର୍ଷା, ଝଡ଼, ଘଡ଼ଘଡ଼ି ଆରମ୍ଭ ହୋଇଯାଏ । ବର୍ଷଣମୁଖରୁ ସନ୍ଧ୍ୟା କ୍ରମଶଃ ତମସୀ ରାତିରେ ରୂପାୟିତ ହୋଇଚି। ଜଣେ ଜଣେ କରି ବାଟଭୁଲାମାନେ ଏକାଠି ହୁଅନ୍ତି ଏକ ଅନ୍ଧାର, ଅନ୍ଧଜୀର୍ଣ୍ଣ ଗୃହରେ । ସେ ଗୃହରେ ପ୍ରେମୀ ଯୁଗଳ ନବେନ୍ଦୁ ଆଉ ଅଜନ୍ତା ପହଞ୍ଚିଲା ବେଳକୁ ବିରୁପାକ୍ଷ ଉପସ୍ଥିତ ଥାନ୍ତି। ଅନ୍ଧାର ଓ ଅସହାୟ ଅବସ୍ଥା, ସେମାନଙ୍କୁ ବନ୍ଧୁତା ସୂତ୍ରରେ ବାନ୍ଧି । ନିଜକୁ ବର୍ଷା, ବିଜୁଳିରୁ ବଞ୍ଚେଇବା ପାଇଁ ବନ୍ଧୁ କରୁଣାକର, ସୁରେନ୍ଦ୍ର ଓ ଚିରପ୍ରିୟ ମଧ୍ୟ ସେଠାରେ ପହଞ୍ଚନ୍ତି। ହଠାତ୍ ଲାଗୁଥିଲା ମଣିଷ ଯେମିତି ଆଦିମ କାଳରେ ପହଞ୍ଚିଯାଇଚି। ଅନ୍ଧାର… ଅନ୍ଧାର… ଅନ୍ଧାର… ଚାରିଆଡ଼େ ଅନ୍ଧାର। ଯଦିଓ ମଝିରେ ମଝିରେ ବିଜୁଳି ଚମକୁଚି କିନ୍ତୁ ଘର ଭିତରକୁ ଏତେଟା ଆସୁନି। ସେ ଅର୍ଦ୍ଧଜୀର୍ଣ ଘର ଭିତରେ ଅନ୍ଧାରକୁ ଦୂରକରିବାର ବ୍ୟାକୁଳତା ସମସ୍ତଙ୍କୁ ଚିନ୍ତାଗ୍ରସ୍ତ କରିଥାଏ । ଜଣଙ୍କ ପାଖରେ ଗୋଟେ ଦିଆସିଲି ଭିତରେ ତିନୋଟି କାଠିଥାଏ, ସେଥିରୁ ଦୁଇଟି କାଠି ଜଳାଇ ଦୁଇଟି ମହମବତୀ ପାଆନ୍ତି ଏବଂ ଶେଷ ଦିଆସିଲି କାଠିରେ ମହମବତୀ ଜଳାଇ ଘରକୁ ଆଲୋକିତ କରାନ୍ତି। ସେହି ମହମବତୀ ଜରିଆରେ ସେମାନେ ସଭ୍ୟତାକୁ ଫେରରି ଓ ଚିହ୍ନା ପରିଚୟ ହୁଅନ୍ତି ।ତା’ର ଚାଲେ ଅନ୍ଵେଷଣ । ମନୁଷ୍ୟ ସଭ୍ୟତାକୁ ଫେରିଲା ପରେ ଜାଣେ ଭୋକ। ତେଣୁ ଖାଦ୍ୟର ଅନ୍ଵେଷଣରେ ସମସ୍ତେ ବାହାରି ପଡ଼ନ୍ତି। କିନ୍ତୁ ହାତରେ ମାତ୍ର ଦୁଇଟି ମହମବତୀ। ସୁରେନ୍ଦ୍ର ଗୋଟିଏ ମହମବତୀ ଧରି ଘରର ଭିତରକୁ ଯାଏ, ଯେଉଁଠି ସିଏ ଆବିଷ୍କାର କରେ ଗୋଟେ ଖଟରେ ଶବଟିଏ ଶୋଇଚି ଏବଂ ତା’ର ମୁଣ୍ଡ ପାଖରେ ଗୋଟେ ନକ୍ଵାଟି ଅନ୍ୟ ଏକ କୋଠରୀକୁ ଇଙ୍ଗିତ କରେ । ସୁରେନ୍ଦ୍ର ଭାବେ ନିଶ୍ଚିତ ସେଇ କୋଠରୀ ଭିତରେ କିଛି ଗୁପ୍ତଧନ ଅଛି ଲୋଭାଶକ୍ତିରେ ସେ କୋଠରୀକୁ ଗଲାପରେ ଖୋଜିବା ପାଇଁ ଗୋଟିଏ ଗଇଁଠି ପାଏ । ସିଏ ଲୋଭରେ ଆହୁରି ଲୋଭଶକ୍ତି ହୁଏ ଏବଂ ଖୋଳିବା ଆରମ୍ଭ କରେ। ହଠାତ୍ ଅଜନ୍ତା ଆଲୋକର ଦିଗ ବାରି ବାରି ସୁରେନ୍ଦ୍ର ପାଖରେ ପହଞ୍ଚିଯାଏ। ସବୁ ଧନ, ଦୁଇ ଭାଗ ନ’ହବ ଭାବି ସୁରେନ୍ଦ୍ର ସହିତ ବାହା ହେବାର ପ୍ରସ୍ତାବ ରଖେ। କିନ୍ତୁ ସମୟ ପରେ ସମସ୍ତେ କୋଉଠି କିଛି ନ’ ପାଇ ପ୍ରଥମ କୋଠରୀକୁ ଦେଖନ୍ତି। ଅଜନ୍ତାର ପ୍ରତିରୋଧ ସତ୍ତ୍ଵେ ସୁରେନ୍ଦ୍ର ଖୋଳୁଥିବା କୋଠରୀରେ ପହଞ୍ଚନ୍ତି। ହଠାତ୍ ପ୍ରମାଣିତ ହୁଏ ଧନ, ସାମ୍ନାରେ ବନ୍ଧୁ, ବାନ୍ଧବ ପ୍ରେମ କିଛି ନୁହେଁ। ସମସ୍ତେ ସମସ୍ତଙ୍କର ଶତୃ ପାଲଟି ଯାଆନ୍ତି। ଯୁଦ୍ଧ ଚାଲେ, ଯାହା ହାତରେ ଗଇଁଠି ପଡ଼େ ସିଏ ବଳବାନ୍, ହଠାତ୍ ସମସ୍ତେ ସେଇ ଆଦିମ କାଳକୁ ଚାଲିଯାଆନ୍ତି – ଯିଏ ବଳବାନ ସିଏ ଶାସନ କରିବ ଏବଂ ସମସ୍ତେ ତାକୁ ମାନିବେ । ହଠାତ୍ ସେମତି ହେଲା ଅର୍ଥ ଲୋଭରେ ଅଜନ୍ତାର ଚରିତ୍ର ମଧ୍ୟ ପରିବର୍ତ୍ତନ ହୋଇଗଲା ।ଶେଷରେ ସେ କୋଠରୀରେ ଖୋଳୁ ଖୋଳୁ ଗୋଟେ କଫିନ ଭଳିଆ ବାକୁ ବାହାରିଲା, ସମସ୍ତେ ଉତ୍ସାହରେ ଖୋଲିଲା ବେଳକୁ ସେଇଟା ଖାଲି ଥାଏ। ସମସ୍ତେ ରାଗିଯାନ୍ତି, କ୍ଷୋଭ କରନ୍ତି | ସେଇ ମାତ୍ର ସମ୍ପରି ଲୋଭରେ, ସମସ୍ତେ ନିଜ ନିଜର ସମ୍ପର୍କ, ବନ୍ଧୁତ୍ବ, ପ୍ରେମକୁ ଜଳାଞ୍ଜଳି ଦେଇଥିଲେ ତାହା ଶୂନ। ହୁଏତ ସେ ଲୋକଟି ଜଣିଥିଲା ତା’ର ମୃତ୍ୟୁ ଦିନେ ଆସିବ ନିଶ୍ଚୟ, ତେଣୁ ତା’ ଶବକୁ ପୋଡିବା ପାଇଁ ଏ ନକ୍ସା ସିଏ ପ୍ରସ୍ତୁତ କରିଥିଲା। ଏ ଦୁନିଆରେ, ବର୍ଭମାନ ମଣିଷ ନାହାନ୍ତି କେବଳ ଶବ୍ଦ ହିଁ ଶବ । ମାଟି ଖୋଳି ଦେଲେ ଖାଲି ମଣିଷତ୍ଵର ଶବ ହିଁ ଶବ୍ଦ ବାହାରିବ। ତେଣୁ ଦ୍ୱନ୍ଦରେ ନ ରହି ସେ ଲୋକର ଶେଷ ଇଚ୍ଛା ପୂରଣ କରି ଶବବାହଳ ହୋଇ ଶବ ସତ୍କାର କରନ୍ତି।ଏହାହିଁ ବିଷୟ ଶବ ଦାହକ ମାନେ ମଞ୍ଚସ୍ଥ କରାଯାଇଥିଲା ।ଶେଷରେ ଅନୁଷ୍ଠାନର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
