ରାସ୍ତା ମରାମତି ନ ହେବାରୁ ଗଣିଆ – ଦଶପଲ୍ଲା ମୁଖ୍ୟ ରାସ୍ତାରେ ଫସିଗଲା ଟ୍ରକ, ଯାତାୟାତ ଠପ୍
ରାସ୍ତା ମରାମତି ନ ହେବାରୁ ଗଣିଆ – ଦଶପଲ୍ଲା ମୁଖ୍ୟ ରାସ୍ତାରେ ଫସିଗଲା ଟ୍ରକ, ଯାତାୟାତ ଠପ୍
ଗଣିଆ ଦଶପଲ୍ଲା ମୁଖ୍ୟ ରାସ୍ତାର କରଡାପଡା ଠାରେ ଫସି ରହିଛି ଟ୍ରକ,ରାସ୍ତା ରେ ଥିବା ଖାଲ ପାଇଁ ଏ ଅବସ୍ଥା। ଉକ୍ତ ରାଜ୍ୟ ରାଜପଥରେ ଦୀର୍ଘଦିନ ହେବ ଗୋଟିଏ ଗାତ ହୋଇଥିଲା । ଲଗାଣ ବର୍ଷାରେ ଗତକାଲି ରାତିରେ ପ୍ରଥମେ ଗୋଟିଏ ପିକଅପ ଅଟକିଥିଲା । ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ପିକଅପଟିକୁ ଖାଲରୁ ବାହାର କରାଯିବା ପରେ ଆଜି ସକାଳୁ ଗୋଟିଏ ୧୪ ଚକିଆ ଟ୍ରକ ଉକ୍ତ ରାସ୍ତାରେ ଫସି ରହିଥିଲା । ଯାହା ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇଯାଇଥିଲା । ଦିବା ୧ ଘଟିକା ସମୟରେ ଆଉ ଗୋଟିଏ ଟ୍ରକ ସେଠାରେ ଫସିଥିବା ଫଳରେ ଯାତାୟାତ ଏକପ୍ରକାର ଠପ୍ ହୋଇଯାଇଛି । ପୂର୍ବରୁ ଉକ୍ତ ରାସ୍ତା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଲାପରେ ବି ପ୍ରଶାସନର ନିଦ ଭାଙ୍ଗୁନି । ପୂର୍ତ୍ତ ବିଭାଗ ର ଅବହେଳା କୁ ଦାୟୀ କଲେ ଲୋକ। ସକାଳୁ ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲେ ମଧ୍ୟ ଦିବା ୨ ଘଟିକା ପର୍ଯ୍ୟନ୍ତ ରାସ୍ତା ମରାମତି ହୋଇପାରିନାହିଁ । ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ମଟର ଅଟକି ରହିଛି । ତେବେ ତୁରନ୍ତ ଉକ୍ତ ରାସ୍ତା ମରାମତି କରି ଯାତାୟାତ ସ୍ବାଭାବିକ କରିବାକୁ ସାଧାରଣରେ ଦାବି ହେଉଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
