ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଟ୍ରଷ୍ଟ।ସ୍ୱାଧୀନତା ଦିବସ ଏବଂ ବାର୍ଷିକ ଉତ୍ସବ ନିମନ୍ତେ ବୈଠକ।
କୋଣାର୍କ:- ପୁରୀ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବହୁମୁଖୀ ଯୁବ ସମନିତ୍ଵ ଚାରି ଟେବଲ ଟ୍ରଷ୍ଟ ପକ୍ଷରୁ ସ୍ଵାଧୀନତା ଦିବସ ଏବଂ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ କୋଣାର୍କ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଯାଇଅଛି। ବୈଠକ ଆରମ୍ଭ ପୂର୍ବରୁ ଭାରତ ମାତାର ବୀର ସନ୍ତାନ ତଥା ପୁରୀ ଜିଲ୍ଲା ଅସ୍ତରଙ୍ଗ ମାଟିର ପୁଅ ସହିଦ ସର୍ଜେଣ୍ଟ ସ୍ବରାଜ ସାହୁଙ୍କ ବୀରଗତି ପ୍ରାପ୍ତିକୁ ନେଇ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବକ ତାଙ୍କ ଅମର ଆତ୍ମର ସଦଗତି କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦ୍ଵୀପ ଦାନ କରାଯାଇଥିଲା। ପରେ ଟ୍ରଷ୍ଟର ସଭାପତି ସୁଶାନ୍ତ କୁମାର ପରିଡ଼ାଙ୍କ ସଭାପତିତ୍ଵରେ ଆଗମୀ ସ୍ଵାଧୀନତା ଦିବସ ପାଳନ ଏବଂ ପ୍ରଥମ ବାର୍ଷିକ ଉତ୍ସବ ନିମନ୍ତେ ଆଲୋଚନା କରାଯାଇଥିଲା।ଆସନ୍ତା ଅକ୍ଟୋବର ମାସରେ ଟ୍ରଷ୍ଟ ତାର ପ୍ରଥମ ବାର୍ଷିକ ଉତ୍ସବ କୋଣାର୍କ ଠାରେ ପାଳନ କରିବ ବୋଲି ଟ୍ରଷ୍ଟର ସମ୍ପାଦକ ବିଶ୍ୱଜିତ୍ ବିଶ୍ଵାଳ ମତପ୍ରକାଶ କରିଥିଲେ। ଅନୁଷ୍ଟିତ ଏହି ବୈଠକରେ ଟ୍ରଷ୍ଟର ସଭାପତି, ସମ୍ପାଦକଙ୍କ ସମେତ ଉପ ସଭାପତି ସୁବାଷ ବେଉରା,ସହ ସମ୍ପାଦକ ବିଚିତ୍ର ଓଝା,ବରିଷ୍ଟ ସଭ୍ୟ ଚନ୍ଦ୍ର ଶେଖର ନାୟକ, ସୁଭାଶିଷ ମିଶ୍ର, ଅତୁଲ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।
