ସତ୍ୟର ମରୀଚିକା

               ସତ୍ୟର ମରୀଚିକା

  ▪️କବିରତ୍ନ ନୂତନ କୁମାର ବେହେରା

ଶରୀର ଘଟ ଭିତରେ ଥିବା ଯାଏଁ ଜୀବାତ୍ମା
ଦୃଶ୍ୟ ଜଗତକୁ ଦେଖୁଥାଏ ମଣିଷ ତା’ ଦୃଷ୍ଟିରେ
ଦେଶ ବିଦେଶର ବହୁ ସ୍ଥାନ କରି ପରିକ୍ରମା
ତାର ଶିକ୍ଷା ଦୀକ୍ଷା ଅନୁଭବ ଅନୁଭୂତିରେ
ବିଚାର କରି ଚାଲିଥାଏ ଆଗପଛକୁ ଲକ୍ଷ୍ୟ କରି
କେବେ କେବେ ସେ କରି ବଶେ ଭୁଲ୍
ତୁଚ୍ଛ ମିଛ ମାୟା ମୋହରେ ପଡ଼ି ଭ୍ରମରେ
ସତ୍ୟ ଖୋଜି ଖୋଜି ହୁଏ ସେ ନୟାନ୍ତ
ମନ ଯେଉଁଠି ହୁଏ ତୃପ୍ତ ପାଏ ଖୁସି ଆନନ୍ଦ
ସେ ସବୁ ତାକୁ ଲାଗେ ବାସ୍ତବ ଜୀବନ୍ତ
ଭୁଲିଯାଏ ତା’ ଚେତନାରୁ ପ୍ରପଞ୍ଚ ଜଗତ ମିଥ୍ୟା
ଏଠି ସତ୍ୟ କେବଳ ପରଂବ୍ରହ୍ମ ପରମାତ୍ମା
ନିରାକାରରୁ ଆକାରରେ ହୁଅନ୍ତି ପରିପ୍ରକାଶ
ସୂର୍ଯ୍ୟରଶ୍ମି ସମ ସବୁ ହୁଏ ପତିତ ଓ ପ୍ରତିଫଳନ
ମନ ମରୁର ଉପତ୍ୟକାରେ ରହିଥିଲେ ଅଜ୍ଞାନ
ଦୂରକୁ ବାସ୍ତବ ସତ୍ୟ ବୋଲି ତା’ ହୁଏ ପ୍ରତୀୟମାନ
ମୃଗ କି ତୃଷାର୍ତ୍ତ ପଥିକ ଭାବେ ତା’ ଜଳାଶୟ
ସେ ଯେ ଏକ ମୃଗତୃଷ୍ଣା ବା ମରୀଚିକା
ପାରେନା ଜାଣି ନ କରି ହୃଦୟରେ ଅନୁଭବ
ସଂସାରର ରୂପରେଖ ତ ନିୟତିର ତାଣ୍ଡବ ନୃତ୍ୟ
କେବେ ବଦଳେ ନାହିଁ କି ବଦଳି ଯିବନି
ତାକୁ ବଦଳାଇବାର ଅପଚେଷ୍ଟା ସବୁ ବୃଥା
ସତ୍ୟ ତ ସନାତନ ଶାଶ୍ଵତ ଚିରନ୍ତନ
ସ୍ବୟଂ ପ୍ରକାଶରେ ହେଉଥାଏ ଜାଜ୍ୱଲ୍ୟମାନ
ଏ ଅବ୍ୟୟ ଅକ୍ଷୟ କଥା ଯିଏ କରେ ଅନ୍ୟଥା
ହୁଏ ତା’ ମିଥ୍ୟାଚାରର ଅହଂକାର ମାତ୍ର
ଜନ୍ମ ମୃତ୍ୟୁର ବ୍ୟବଧାନରେ ଜୀବର ଜୀବନ
ନିମିତ୍ତ ପାଇଁ ଭ୍ରମୁଥାଏ ସିଏ ଅତ୍ର ତତ୍ର
ଦୁଃଖ ଦୈନ୍ୟର ଅଭାବ ଘୁଞ୍ଚାଇବାର ପ୍ରୟାସ
ଜୀବନର ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ
ଶୃଙ୍ଖଳିତ ଭାବେ କରି ଚାଲେ କର୍ମ ସାଧନ
ଯେଉଁ କାର୍ଯ୍ୟ କାରଣରେ ଆସିଥାଏ ଧରାକୁ
ତା’ ଅନ୍ତ ହେଲେ ପୁଣି ବାହୁଡ଼ଇ ସୂକ୍ଷ୍ମଲୋକକୁ
ସତ୍ୟର ମରୀଚିକା ପଛରେ ଧାଇଁଲେ ଏକା ଏକା
ମିଛ ହିଁ ହୁଏ ପ୍ରାପ୍ତ ଖାଇଥାଏ ସେ ଧୋକା
ପଶ୍ଚାତରେ ବସି ଚିନ୍ତେ ଏ ସତ୍ୟର ମରୀଚିକା ।

    ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ ।

Leave a Reply

Your email address will not be published. Required fields are marked *