ସତ୍ୟପଥ

ଗୋଲୋକବିହାରୀ ବେହେରା

ସତ ପଥେ ଯଦି ଚାଲୁଅଛ ବଂଧୁ
ନୀରବରେ କର୍ମ କର,
ଅସତ କପଟୀ ଲୋକଙ୍କ କଥାକୁ
କରିଦେବ ବେଖାତିର ।
ମିଛ କହି ଯିଏ ତୁମକୁ ଠକିଲା
ଦୁଃଖ ତୁମେ କର ନାହିଁ,
ସମୟ ଆସିବ ଦଇବ ଠକିବ
ଗାତରେ ପଡିବ ସେହି ।
ସତ୍ୟଠାରୁ ବନ୍ଧୁ ମିଥ୍ୟାର ଦୂରତ୍ଵ
ମାତ୍ର ଚାରୋଟି ଆଙ୍ଗୁଳି,
ଆଖିଠାରୁ ଦେଖ କାନର ଦୂରତା
ରହିଥାଏ ସେହିଭଳି ।
ଦୁଇ ନୟନରେ ଯାହା ଦେଖୁଅଛ
ତାକୁ ସତ୍ୟ ବୋଲି ଜାଣ,
କାନରେ ଯା’ ଶୁଣ ତାହା ସବୁ ସତ୍ୟ
ମନରେ କେବେ ନ ଗଣ ।
ବେଳେ ବେଳେ ମଧ୍ୟ ଆଖିକାନ ଦୁହେଁ
ଆମକୁ ବି ଧୋକା ଦିଏ,
ବୁଦ୍ଧି ବିବେକକୁ ପ୍ରୟୋଗ କରିବା
ଆବଶ୍ୟକ ହୋଇଥାଏ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ : ୯୯୩୮୩୦୩୦୪୬

Leave a Reply

Your email address will not be published. Required fields are marked *