ସୁନାମୀ ସଚେତନ ପାଲଟିଲା ପ୍ରହସନ
କାକଟପୁର/କୋଣାର୍କ,୨୬.୧୦()- କାକଟପୁର ବ୍ଳକ୍ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ଜମରା ଗ୍ରାମରେ ସୋମବାର ଅପରାହ୍ନରେ ବ୍ଳକ୍ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ସୁନାମୀ ସଚେତନ କାର୍ଯକ୍ରମ ପ୍ରହସନ ପାଲଟିଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସରପଞ୍ଚ, ପଞ୍ଚାୟତ କର୍ମଚାରୀ ଓ ସାମାଜିକ ସଙ୍ଗଠନ ଜଡ଼ିତ ଥିଲେ ମଧ୍ୟ ପ୍ରକୃତ ଗୋଷ୍ଠୀକୁ କାର୍ଯ୍ୟକ୍ରମରେ ସାମିଲ କରି ନଥିଲେ। କେବଳ ୩୦ରୁ ୪୦ ଜଣ ମହିଳାଙ୍କୁ ନେଇ ଏକ ବୈଠକ କରି ଫୋଟୋ ଉଠାଇ ଟିଫିନ୍ ଦେଇ ହଡବଡ ହେଇ ପଳାଇଲେ। ସୁନାମୀ ଉପରେ ସଚେତନ କିମ୍ବା କିଛି ତଥ୍ୟ ପ୍ରଦାନ କଲେ ନାହିଁ କି ଗ୍ରାମରେ ସଚେତନ ରାଲି କଲେ ନାହିଁ।

ଏପରିକି ଗ୍ରାମର ଜଣେ ହେଲେ ବି ପୁରୁଷ ଲୋକ, ଗ୍ରାମ ୱାର୍ଡ଼ ସଭ୍ୟ, ସାମାଜିକ ଅନୁଷ୍ଠାନ କର୍ମକର୍ତ୍ତା, ଗ୍ରାମ୍ୟ ମୂରବୀ, ଗ୍ରାମ ସଭାପତି, ସମ୍ପାଦକ ଓ କୋଷଧକ୍ଷଙ୍କ ସହ କୌଣସି ବ୍ୟକ୍ତି ବିଶେଷଙ୍କୁ ଡକା ଯାଇ ନଥିଲା। କାର୍ଯ୍ୟକ୍ରମ ପାଇଁ ଆସିଥିବା ଅର୍ଥ କୁ ଲୁଟ କରିବା ପାଇଁ ଏକ ବୈଠକ କରି ଫୋଟୋ ଉଠାଇ ପଳାଇଥିଲେ। ମହିଳା ମାନେ ବସିଥିବା ବେଳେ ତରବରିଆ ହୋଇ ବ୍ୟାନର ଖୋଲି ପଞ୍ଚାୟତ କର୍ମଚାରୀ ଅନ୍ୟତ୍ର ପଳାଇଲେ। ଯାହା ସଚେତନ ବଦଳରେ ଏକ ପ୍ରହସନ ଥିଲା ପରି ଅନୁମେୟ ହେଲା। ଏପରି ସମ୍ବେଦନ କାର୍ଯ୍ୟକ୍ରମରେ ସଧାରଣ ଲୋକଙ୍କୁ ସାମିଲ ନକରି ଅର୍ଥ ହଡ଼ପ କରି ଜିଲ୍ଲା ପ୍ରଶାସନ କାର୍ଯ୍ୟକୁ ପ୍ରହସନରେ ପରିଣତ କରିଥିବାରୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
