ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼ ବ୍ଲକର କେନ୍ଧୁଢିପି ପଞ୍ଚାୟତ ଠାରେ ଜନ ଆରୋଗ୍ୟ ସମିତି ଓ ସାମାଜିକ ସଂଗଠନ କ୍ୟାପ ସହଯୋଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯକ୍ଷ୍ମା ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ମୁଖ୍ୟ ଅତିଥି ଭାବେ ସରପଞ୍ଚ ଡ଼ାକ୍ତର ବୀରେନ କୁମାର ନାୟକ, ସମିତିସଭ୍ୟା ତିଳୋତ୍ତମା ଗୁରୁ ଯୋଗଦେଇ ଦେଇଥିଲେ । ଯକ୍ଷ୍ମା ରୋଗର ସମ୍ପକରେ ପରାମର୍ଶ ଦେବା ସହ ରୋଗୀ ନିୟମିତ ଔଷଧ ସେବନ କରିବାକୁ କହିଥିଲେ । ସମ୍ମାନୀତ ଅତିଥି କ୍ୟାପ ଅନୁଷ୍ଠାନର ପ୍ରତିନିଧି ଶ୍ରୀ ଟୁନା ମହାରଣା ଓ ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା ରୋଗର ଲକ୍ଷଣ ଓ ଏହାର ନିରାକରଣ ଉପରେ ଆଲୋଚନା କରିଥିଲେ । ଗ୍ରାମକୁ ଟିବି ମୁକ୍ତ ପଞ୍ଚାୟତ କରାଯିବ। ଗାଁ ପରିବେଶକୁ ସଫା ସୁତୁରା ରଖିବା ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା । କମ୍ୟୁନିଟି ହେଲଥ ଅଫିସର ଅମ୍ରିତା ରାଣୀ ସାହୁ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ । ଜନ ଆରୋଗ୍ୟ ସମିତି ସଭ୍ୟମାନେ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ବହୁ ସଂଖ୍ୟାରେ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *