କେନ୍ଦୁଢିପିଠାରେ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼ ବ୍ଲକର ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ କେନ୍ଦୁଢିପି ଆୟୁଷ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଯକ୍ଷ୍ମା ବିଭାଗ ଓ ସାମାଜିକ ସଂଗଠନ ସେଣ୍ଟର ଫର ଆସୋସିଏଟେଡ ପ୍ରୋଗ୍ରେସ ସହଯୋଗରେ ଯକ୍ଷ୍ମା ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଡାକ୍ତର ଅମ୍ବିକା ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗର କରଣ ଓ ନିରାକରଣ ସମ୍ପକରେ ପରାମର୍ଶ ଦେବା ସହ ରୋଗୀ ନିୟମିତ ଔଷଧ ସେବନ କରିବାକୁ କହିଥିଲେ । ଅନ୍ୟତମ ଅତିଥି ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା ଯକ୍ଷ୍ମାରୋଗକୁ ଦୂରେଇ ଦେବା ପାଇଁ ତୃଣମୂଳ ସ୍ତରରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ, ତାହେଲେ ଯାଇ ଆମେ ଯକ୍ଷ୍ମା ଗ୍ରାମ ଅଥବା ପଞ୍ଚୟତ ପାଇଁ ଚେଷ୍ଟା କରୁଛେ ବୋଲି ଜଣାଯିବ ବୋଲି ବୁଝାଇଥିଲେ । କ୍ୟାପ ଅନୁଷ୍ଠାନର ପ୍ରତିନିଧି ଶ୍ରୀ ଟୁନା ମହାରଣା ଯୋଗଦେଇ ସମସ୍ତ ଟିବି ରୋଗୀଙ୍କ ପାଇଁ ବିନାମୂଲ୍ୟରେ ନିଦାନ, ଔଷଧ ଯୋଗାଣ ଏବଂ ରୋଗୀର ପୃଷ୍ଟିକର ଖାଦ୍ୟ ପାଇଁ ପ୍ରତି ମାସରେ ଏକ ହଜାର ଟଙ୍କା ବ୍ୟାଙ୍କ ଖାତା ମାଧ୍ୟମରେ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ବୁଝାଇ ଥିଲେ । କମୁନିଟି ହେଲଥ ଅଫିସର ଅମ୍ରିତାରାଣୀ, ଆଶାକର୍ମୀ ପ୍ରତିଭା ନାୟକ ଓ ବସନ୍ତ କୁମାର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *