ତୁମ ପରି ସାନ ପିଲାଟିଏ
ତୁମ ପରି ସାନ ପିଲାଟିଏ
🖊️କବିରତ୍ନ ନୂତନ କୁମାର ବେହେରା
ତୁମ ପରି ସାନ ପିଲାଟିଏ
ମାଆ ବାପା କୋଳେ ହସୁଥାଏ,
ଘରକୁ ଖୁସିରେ ଭରି ଦିଏ
ଆଶାର ସେ କୁଳ ଦୀପଟିଏ।
ମାଆ ଚାହେଁ ପୁଅ ବଡ଼ ହେଉ
ବାପା ଚିନ୍ତେ ସତ୍ୟଜ୍ଞାନ ପାଉ,
ସୁଖ ଶାନ୍ତିରେ ତା’ ଦିନ ଯାଉ
ହସ ଖୁସି ମନେ ରହି ଥାଉ।
ତୁମ ପରି ସାନ ଅଛି ଯିଏ
କାଲିକୁ ବଡ଼ ହେବରେ ସିଏ,
ବୁଦ୍ଧି ଜ୍ଞାନେ ଯେବେ ଦକ୍ଷ ହୁଏ
ସବୁରି ମନକୁ ମୋହି ନିଏ।
ଆଜିଠୁ କର ଶ୍ରମ ସାଧନ
ଭବିଷ୍ୟତ ପ୍ରତି ରଖ ଧ୍ୟାନ,
ଗଢ଼ି ନିଜେ ନିଜର ଜୀବନ
ଆଶା ସପନ କର ପୂରଣ।
ତୁମ ପରି ସାନ ପିଲାଟିଏ
ଦୁଷ୍ଟ ବଦମାସ ହୁଏ ଯିଏ,
ଭବିଷ୍ୟତ ତାର ନଷ୍ଟ ହୁଏ
ଜୀବନ ଯାକ କଷ୍ଟ ପାଏ।
ଗୁରୁ ଗୁରୁଜନ କଥା ମାନି
ପାଠପଢ଼ି ହୁଏ ଯେ ସୁଜ୍ଞାନୀ,
ଫଳ ପାଇଥାଏ ମନ ଜାଣି
ଦୁନିଆଁରେ ସେ ରହେ ଅଗ୍ରଣୀ।
ତୁମ ପରି ପିଲା ହୋଇ ବଡ଼
ଲଢ଼ି ସିଏ ଜିଣି ପାରେ ଗଡ଼,
ସହି ରହେ ସେ ଜୀବନ ଝଡ଼
ଲଙ୍ଘି ପାରେ ଦୁଃଖର ପାହାଡ଼।
ତୁମ ପରି ସାନ ପିଲାଟିଏ
ଶ୍ରମ ସାଧନା ଯେ କରିଥାଏ,
ସମାଜ ତାକୁ ସମ୍ମାନ ଦିଏ
ସଂସାରେ ସିଏ ଆଦର ପାଏ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ,
