ଚବିଶ ବର୍ଷ ପରେ ହେଲା ମହାମିଳନ

!ନିମାପଡ଼ା – ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧୀନ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସାଇଲୋ ୨୦୦୦ ମସିହା ବ୍ଯାଚ ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ ଚନ୍ଦ୍ରମଉଳି ତୋଟା ଅତିଥି ଭବନ ରେ ଅନୁଷ୍ଠିତ ହୋଇ ଯାଇଛି ।୧୯୯୯ମହାବାତ୍ୟା ର ମାତ୍ର ଅଳ୍ପ କେତେ ଦିନ ମଧ୍ୟରେ ଦଶମ ବୋର୍ଡ ପରୀକ୍ଷା ଦେଇ ଥିବାରୁ ୨୦୦୦ ମସିହା ମ୍ୟାଟ୍ରିକ ବ୍ଯାଚ୍ ବେଶ୍ ଗୁରୁତ୍ୱ ବହନ କରେ।କିନ୍ତୁ ଦୁଃଖ ଆଉ ପରିତାପ ର ବିଷୟ ଦୀର୍ଘ ଚବିଶ ବର୍ଷ ବିତି ଯାଇଥିଲେ ବି ଆଜି ପର୍ଯ୍ୟନ୍ତ ସେଇ ପୁରୁଣା ସ୍ମୃତି କୁ ମନେ ପକାଇବାକୁ ସୁଯୋଗ ମିଳି ନଥିଲା ।ସ୍ୱୋଭଗ୍ୟ ବାସତଃ ଦୀର୍ଘ ୨୪ବର୍ଷ ପରେ ଦୁଇ ହଜାର ଚବିଶ ମସିହା ଆଉ ଜାନୁୟାରୀ ଚବିଶ ତାରିଖ ରେ ଅନୁଷ୍ଠିତ ହୋଇଥିଲା ବନ୍ଧୁମିଳନ।ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କର ପୁରା ପରିବାର ସାଥିରେ ବଣ ଭୋଜି ରେ ଯୋଗ ଦେଇ ସେଇ ପିଲାଦିନର ସ୍ମୃତି କୁ ମନେପକାଇ ଭାବ ବିହୋଳ ହୋଇଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କ ପରିବାର କୁ ପୁଷ୍ପଗୁଚ୍ଛ ଦିଆ ଯାଇ ସମ୍ମାନୀତ କରାଯାଇଥିଲା ।ସମସ୍ତ ଙ୍କ ପାଇଁ ସୁସ୍ୱାଦୁ ଭୋଜିର ଆହୋଜନ କରାଯିବା ସହିତ ପରସ୍ପର ସ୍ନେହ ପ୍ରେମ ଭଲ ପାଇବାର ଆଦାନ ପ୍ରଦାନ କରାଯାଇଥିଲା । ପୁରାତନ ଛାତ୍ର ନିରପେକ୍ଷ ସାମ୍ବାଦିକ ସନ୍ତୋଷ କୁମାର ଦାସ ,ଶିକ୍ଷକ ମନୋଜ କୁମାର ବେହେରା ଓ ଠିକାଦାର ରାକେଶ କୁମାର ସ୍ବାଇଁ ଙ୍କ ତତ୍ବାବଧନରେ ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବା ବେଳେ ପୁରାତନ ଛାତ୍ର ଗୀତାଞ୍ଜଳି ବିଶ୍ଵାଳ ,ଅମିତା ଜେନା,ମିତା ସାହୁ ଓ ମମତା ବେହେରା ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ସଫଳ କରିବାରେ ଗୁରୁ ଦାୟିତ୍ଵ ବହନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସୁବ୍ରତ ଦାସ,ପ୍ରମୋଦ ସାହୁ, ମନୋଜ ବାରିକ ,କାଳନ୍ଦୀ ସେଠ୍,ଦୀପକ ନାୟକ ,ସୁକାନ୍ତ ମହାପାତ୍ର ,ସୁକାନ୍ତ ଭୋଇ ,ପ୍ରଶାନ୍ତ ଭୋଇ ଙ୍କ ସମେତ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ସାହାଯ୍ୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *