ସୁନା ରୂପା ଅଳଙ୍କାର ସହ ଦୁଇ ଗିରଫ
ଭଦ୍ରକ, ୩୦/୦୬/୨୩:- ଭଦ୍ରକ ପୁରୁଣା ବଜାର ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା ସୁନା ରୂପା ଅଳଙ୍କାର ସହ ଦୁଇ ଜଣଙ୍କୁ ଗରିଫ କରିଛି ପୁରୁଣା ବଜାର ପୋଲିସ ।ସୂଚନା ଅନୁଯାୟୀ ପୁରୁଣା ବଜାର ଅଞ୍ଚଳରୁ ଗତ ସାତ ଜୁନ୍ ତାରିଖ ରେ ଆସିକୁର ରହେମାନଙ୍କ ଘରୁ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଯାଇଥିବା ନେଇ ପୁରୁଣା ବଜାର ଥାନାରେ ଅଭିଯୋଗ କରିଥିଲେ। ଏଥିସହିତ ଏହି ଅଭିଯୋଗକୁ ନେଇ ପୁରୁଣା ବଜାର ପୋଲିସ ତଦନ୍ତ ଆରମ୍ଭ କରି ଜଣେ ଚୋର ସହିତ ଜଣେ ରିସିଭର ମୋଟ ଦୁଇଜଣଙ୍କୁ ଧରିବାରେ ସଫଳ ହୋଇଛି । ଏଥି ସହିତ ଦୁଇ ଜଣଙ୍କ ପାଖରୁ ଚୋରି ହୋଇଥିବା ସୁନା ଅଳଙ୍କାର 25ଗ୍ରାମ 400 ମିଲିଗ୍ରାମ ସହିତ ରୁପା ଅଳଙ୍କାର 1 କେଜି 13 ଗ୍ରାମ 210 ମିଲିଗ୍ରାମ ଜବତ କରାଯାଇଥିବା ସହିତ ଦୁଇଜଣଙ୍କୁ ଗିରଫ କରିଛି। ପୁରୁଣା ବଜାର ପୋଲିସ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ଏଥି ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡି ଏସ ପି ଅଂଶୁମାନ ଦ୍ବିବେଦି ସୂଚନା ଦେଇଛନ୍ତି।
ରିପୋର୍ଟ- ପୁନିଲ କୁମାର ସାମନ୍ତ, ଭଦ୍ରକ।
