ଦୁଇ ବାଇକ୍ ମୁହମୁହି ଧକ୍କା ପାଞ୍ଚଜଣ ଗୁରୁତର
– ଗଞ୍ଜାମ ଜିଲ୍ଲା ସୋରଡା ଥାନା ଜରାଉ ଛକ ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା 5 ଗୁରୁତର। ସେଥି ମଧ୍ୟରୁ 2 ଜଣ ହେଲେ ସୋରଡା ଥାନା ଅଧୀନ ଶୋରିସବିଲି ଗ୍ରାମର ଆଲୋକ ଗୌଡ଼, ଓ ଆଲୋକ ନାୟକ ଓ ଅନ୍ୟ ତିନିଜଣ ହେଲେ ସୋରଡା ସହର ଆଡପମଣ୍ଡପ ର ch ଗୋପାଳ ପାତ୍ର,ବ୍ରାହ୍ମଣ ସାହିର ସନ୍ତୋଷ କୁମାର ବେହେରା ଓ ଅନ୍ୟଜଣେ ଗାୟତ୍ରୀ ନଗର ର ପି ମାନସ ପାତ୍ର ।ସୂଚନା ମୁତାବକ ସନ୍ତୋଷ, ମାନସ ଗୋପାଳ ଏହି ତିନିଜଣ ଗ୍ଲାମର୍ ବାଇକ୍ ଯୋଗେ କଲେଜ ରୁ ଫେରୁଥିବା ବେଳେ ଶୋରିସବିଲି। ଗ୍ରାମର ଆଲୋକ ଗୌଡ଼ ଓ ଆଲୋକ ନାୟକ ପଲ୍ସର ବାଇକ୍ ଯୋଗେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁଇ ବାଇକ୍ ମୂହମୁହି ଧକ୍କା ହୋଇଥିଲା ।ଫଳରେ ଘଟଣା ସ୍ଥଳରେ ରକ୍ତାକ୍ତ ଅବସ୍ତାରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ସୋରଡା ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସୋରଡା ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥଲେ ଦୁଇଜଣ ଙ୍କ ଅବସ୍ଥା ଗୁରୁତ୍ଵର ଥିବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି ।ଖବର ପାଇ ଘଟଣା ସ୍ଥଳରେ ସୋରଡା ବିଧାୟକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
