ଦୁଇ ବାଇକ ମୁହାଁମୁହିଁ ଧକ୍କା ୩ ଗୁରୁତର
କାମାକ୍ଷାନଗର:-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ଭାଲୁମୁଣ୍ଡା କ୍ରସର ପାଖରେ ଆଜି ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ୩ ଗୁରୁତର ହୋଇଯାଇଛନ୍ତି । ଗୁରୁତର ମାନେ ହେଲେ, ସୁନୀଲ ଟୁଡୁ (୨୮) ପିଙ୍କି ଟୁଡୁ (୨୦) ବିଜୟ ରାଉତ (୪୮) ।ସୂଚନା ଅନୁସାରେ ଆଜି ସୁନୀଲ ଟୁଡୁ ଓ ପିଙ୍କି ଟୁଡୁ ତାଙ୍କ ଗ୍ରାମ ବଟଗାଁ ପଂଚାୟତ ର ଧନଖମଣ କୁ ବାଇକ ଯୋଗେ କାମାକ୍ଷା ନଗର ରୁ ଯାଉଥିଲେ, ସେପଟେ ବିପରୀତ ଦିଗ ରୁ ଆସୁଥିବା କାନପୁରା ମୁଣ୍ଡା ସାହି ର ବିଜୟ ରାଉତଙ୍କ ସାଙ୍ଗରେ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତା ରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସେମାନଙ୍କୁ କାମାକ୍ଷାନଗର ମେଡିକାଲ ଓ ପରେ ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ କଟକ କୁ ସ୍ଥାନାନ୍ତର କରାଯାଇଥିଲା ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
