ଦୁଇ ଦିନିଆ ଚନ୍ଦ୍ରଭାଗା କବିତା ଉତ୍ସବ ଉଦଯାପିତ

କୋଣାର୍କ- କୋଣାର୍କ ଯାତ୍ରୀନିବାସ ପରିସରରେ ଶନିବାର ପୂର୍ବାହ୍ନରେ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ, ଇନିଷ୍ଟିଚ୍ୟୁଟ ଅଫ ନଲେଜ ସୋସାଇଟ, ଇଣ୍ଡିଆନ ନଭେଲ କଲେକ୍ଟିଭ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୁଇ ଦିନିଆ ୧୨ତମ ଚନ୍ଦ୍ରଭାଗା କବିତା ଉତ୍ସବ ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ଉଦଘାଟନ ଉତ୍ସବରେ ଅତିଥିଭାବେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଭିସି ସୁପ୍ରିୟା ପଟ୍ଟନାୟକ, ପ୍ରଫେସର ମନୋରଂଜନ ମହାନ୍ତି, ଦେବଦାସ ଛୋଟରାୟ, ଆଲାହାବାଦର କବି ନରେନ୍ଦ୍ର ପୁଣ୍ଡରିକ, ପଞ୍ଜାବର ଗଗନମିତ କୈର, ଫ୍ରାନ୍ସର କବି ଇବିସ ଓ ଲାରା, କବି ଅଶ୍ବିନୀ କୁମାର ପ୍ରମୁଖ ଯୋଗଦେଇଥିଲେ।

ଏହି କବିତା ଉତ୍ସବରେ ଫ୍ରାନସ ସମେତ ଭାରତର ବିଭିନ୍ନ ରାଜ୍ୟର ବିଶିଷ୍ଟ କବି ଓ କବୟତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ଇଂରାଜୀ, ଓଡ଼ିଆ କବିତା, ଭାରତୀୟ କବିତା, ଦଳିତ ଆଦିବାସୀ କବିତା, ପ୍ରେମ କବିତା, ସମସାମୟିକ, ମହିଳା କବିତା ଓ ଓଡ଼ିଆ କବିତା ଆଦି ସ୍ଥାନ ପାଇଥିଲା। ଏହି ଅବସରରେ ରିଭର ଅଫ ସଙ୍ଗ, ଚନ୍ଦ୍ରଭାଗା ଆଦି ଉନ୍ମୋଚନ ହୋଇଥିଲା। ସଂଧ୍ୟାରେ ଫ୍ରାନ୍ସର କବି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଫେସର ଚନ୍ଦ୍ରଭାନୁ ପଟ୍ଟନାୟକ, ଅଶ୍ବିନୀ କୁମାର,ସଞ୍ଜୋଗିତା ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *