ରାୟଗଡ଼ାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଶୁଭlରମ୍ଭ

ରାୟଗଡ଼ା-୨୮/୧୧-ରାୟଗଡ଼ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ -୨୦୨୫ ଆଜିଠାରୁ ଶୁଭାରମ୍ଭ ହୋଇଯାଇଛି l ସ୍ଥାନୀୟ ଲୟନ୍ସ କ୍ଲବ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ନବୀନ ଚନ୍ଦ୍ର ନାୟକ ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଏବଂ ଉପସ୍ଥିତ ଯୁବ କଳାକାର ଯୁବଯୁବତୀମାନଙ୍କୁ ଭଲ ପ୍ରଦର୍ଶନ କରି କୃତିତ୍ୱ ହାସଲ କରିବାକୁ ଅନୁରୋଧ କରିଥିଲେ l ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଶିକ୍ଷବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ମହାନ ସନ୍ଥ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉଦ୍ରେକ କରି ଯୁବକ ଯୁବତୀମାନଙ୍କୁ ତାଙ୍କ ଭଳି ସ୍ୱାଭିମାନ ହୋଇ ପ୍ରତଭା ବିକଶିତ କରିବାକୁ କହିଥିଲେ l

ସମ୍ମାନିତ ଅତିଥି ବରିଷ୍ଠ ଆଇନଜୀବୀ ଶ୍ରୀ ବ୍ରଜ ସୁନ୍ଦର ନାୟକ, ଜିଲ୍ଲାସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ଆଦି ଯୋଗଦାନ କରି ଅଂଶଗ୍ରହଣ କାରୀଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଥମ ଦିନରେ ଲୋକାନୃତ୍ୟ, କବିତା ଲିଖନ ଓ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ବିଚାରକ ଭାବରେ ବରିଷ୍ଠ ଆଇନଜୀବୀ ଶ୍ରୀ ବ୍ରଜ ସୁନ୍ଦର ନାୟକ, ନାଟ୍ୟ ନିର୍ଦେଶକ ଶିବଶଙ୍କର ମିଶ୍ର, ନୃତ୍ୟଗୁରୁ ତ୍ରିଲୋଚନ ସାହୁ ଯୋଗଦେଇ ଲୋକାନୃତ୍ୟ ପ୍ରତିଯୋଗିତା ପରିଚାଳନା କରିଥିଲେ l ସେହିପରି ଚିତ୍ର କଳା ପ୍ରତିଯୋଗିତାରେ ଶିକ୍ଷୟତ୍ରୀ କସ୍ତୁରୀ ସାହୁ, ଶିକ୍ଷକ ଜେ ସୁକାନ୍ତ, ଶିକ୍ଷକ ଆଲୋକ ସାହୁ ପରିଚାଳନା କରିଥିଲେ l ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ, ଶିକ୍ଷୟତ୍ରୀ ମlନେ ପରିଚାଳନାରେ ସହଯୋଗ କରିଥିଲେ lରାୟଗଡାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *