ସାମନ୍ତ ଚନ୍ଦ୍ର ଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଇଂରାଜୀ ସ୍ନାତକୋତ୍ତର ବିଭାଗ ଦ୍ଵାରା ଦୁଇ ଦିନିଆ ଆର୍ନ୍ତରାଷ୍ଟ୍ରୀୟ ସମ୍ମିଳନୀ

ସାମନ୍ତ ଚନ୍ଦ୍ର ଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସର ରେ ଇଂରାଜୀ ସ୍ନାତକୋତ୍ତର ବିଭାଗ ଦ୍ଵାରା ଏକ ଆର୍ନ୍ତରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜନ କରାଯାଇଛି । ଆଲୋଚନାର ଶୀର୍ଷକ:- ଆର୍ଟ, ଅର୍ଚିଟେକ୍ଚର୍ ଅଫ ଓଡ଼ିଶା : ବ୍ରିଜିଂ ଟ୍ରାଡିସନ ଆଣ୍ଡ ଗ୍ଲୋବାଲ ନ୍ୟାରେଟିଭସ |ଏହି ସମ୍ମିଳନୀ କୁ ସଭାପତିତ୍ବ କରିଥିଲେ କଲେଜର ଅଧ୍ୟକ୍ଷ ପ୍ରଫେସର୍ ଚିତ୍ତରଂଜନ ଦ୍ବିବେଦୀ | ଏହି ସଭାର ମୁଖ୍ୟବକ୍ତା ଭାବେ ଶୋଭା ମଣ୍ଡନ କରିଥିଲେ ପ୍ରଫେସର୍ ଶ୍ରୁତି ଦାସ |ସମ୍ମାନିତ ବକ୍ତା ଭାବେ ଆନ୍ତଜାତୀୟ ଖ୍ୟାତସମ୍ପନ୍ନ ପ୍ରଫେସର୍ ଶରିଫ ଅତିକୁଜମାନ | ଅନ୍ୟ ସୁବକ୍ତା ଭାବେ ସଭାମଣ୍ଡନ କରିଥିଲେ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର୍ ସସ୍ମିତା ପ୍ରାମାଣିକ, ପୂର୍ବତନ ବିଭାଗ ମୁଖ୍ୟ ପ୍ରଫେସର୍ ଭିମ ଚରଣ ନାୟକ, ପ୍ରଫେସର୍ ଚିତ୍ତରଂଜନ ମିଶ୍ର ଏବଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉତ୍କଳ ସଂସ୍କୃତି ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗର ପ୍ରଫେସର୍ ଅସୀମ ରଞ୍ଜନ ପାଢ଼ୀ l ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପକ ତଥା ଏହି ସମ୍ମିଳନୀର ଆବାହକ ଡକ୍ଟର ରବିନ୍ଦ୍ର କୁମାର ପ୍ରଧାନ ତାଙ୍କର ବକ୍ତବ୍ୟ ରଖିଥିଲେ l ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପରମ୍ପରା,କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଉପରେ ଆଧାରିତ ଏଭଳି ଏକ ଉଚ୍ଚକୋଟୀର ଆଲୋଚନାଚକ୍ରକୁ ସମସ୍ତ ବିଜ୍ଞ ଅତିଥି ବୃନ୍ଦ ନିଜର ଅନୁଭୂତି ଏବଂ ଜ୍ଞାନ ପୂର୍ଣ୍ଣ ଅଭିଭାଷଣ ଦ୍ଵାରା ଅଭିଭୂତ କରିଥିଲେ |

ଏହି ସଭାରେ ଆଲୋଚନାଚକ୍ର ର ସଂକ୍ଷିପ୍ତ ସାର ପୁସ୍ତିକା ସହ ଆଉ ଦୁଇଗୋଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା | ଏହି ପୁସ୍ତକ ଦ୍ବୟ ହେଉଛି, ପ୍ରଫେସର୍ ସସ୍ମିତା ପ୍ରାମାଣିକ ଙ୍କକବିତା ସଂକଳନ “ଅଫ ଥର୍ଣସ ଆଣ୍ଡ ପେଟାଲସ” ଏବଂ ପ୍ରଫେସର୍ ଦୀପଶିଖା ରାଉତରାୟ ଙ୍କ ରଚିତ ପୁସ୍ତକ “ନ୍ୟାରେଟିଂ ଦ ଅନସିନ ଟ୍ରମା” l ସଭାକୁ ପରିଚାଳନା କରିଥିଲେ ପ୍ରଫେସର୍ ଦୀପଶିଖା ରାଉତରାୟ l ଏହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ ସାମନ୍ତ ଚନ୍ଦ୍ରଶେଖର ଅଟୋନୋମସ କଲେଜର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର୍ ସନ୍ଦୀପ କୁମାର ଚାନ୍ଦ, ବିଭିନ୍ନ ସ୍ନାତକ ତଥା ସ୍ନାତକୋତ୍ତର ବିଭାଗର ମୁଖ୍ୟ ତଥା ଅଧ୍ୟପକବୃନ୍ଦ, ଇଂରାଜୀ ବିଭାଗର ଅନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଏବଂ ଇଂରାଜୀ ସ୍ନାତକ ତଥା ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀ ବୃନ୍ଦ | ସଭା ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଫେସର ଉପମା ବେହେରା l ଆସନ୍ତା କାଲି ମଧ୍ୟ ଅନୁନ୍ୟ ପଚାଶ ଜଣ ଅଧ୍ୟପିକା/ଅଧ୍ୟାପକ ସେମାନଙ୍କର ପେପର ପାଠ କରିବେ l

Leave a Reply

Your email address will not be published. Required fields are marked *