ଦୁଇ ଦିନିଆ ଜାତୀୟ ସେବା ଯୋଜନା ଉଦଘାଟିତ

ଗଣିଆ – ଗଣିଆରେ ଥିବା ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ଜାତୀୟ ସେବା ଯୋଜନା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ ବିଶ୍ବ ମୋହନ ଜେନା, ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚିତ୍ତରଞ୍ଜନ ଦାଶ, ଜିଲ୍ଲା ସଂଯୋଜକ, ଜାତୀୟ ସେବା ଶିବିର, ବିଦ୍ୟାଳୟର ଅଧ୍ୟକ୍ଷା ସଲିଲା ସେଠୀ, ପ୍ରୋଗ୍ରାମ ଅଧିକାରୀ ସୁନିଲ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ,ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେବାକୁ ବ୍ରତ ଭାବରେ ଗ୍ରହଣ କରିବାକୁ ଜିଲ୍ଲା ସଂଯୋଜକ ପ୍ରକାଶ କରିବା ସହିତ ଆମେ ଗଢିବା ଅନ୍ୟକୁ ଗଢି ତୋଳିବା ବୋଲି ସେ ଜଣାଇଥିଲେ । ଗଣିଆରେ ଦୀର୍ଘ ଦୁଇ ବର୍ଷ ହେବ ଜାତୀୟ ସେବା ଯୋଜନା ବନ୍ଦ ହୋଇଯାଇଥିବା ବେଳେ ନୂତନ ଅଧ୍ୟକ୍ଷାଙ୍କ ଅନୁରୋଧରେ ପୁଣିଥରେ ସେବା ଯୋଜନା ଆରମ୍ଭ ହୋଇଛି ବୋଲି ରାଜ୍ୟ କାର୍ଯ୍ୟକ୍ରମ ପରିଚାଳକ ପ୍ରକାଶ କରିଥିଲେ । ଛାତ୍ର ଛାତ୍ରୀ ମାନେ ଜାତୀୟ ସେବା ଯୋଜନାର ଜଣେ ଜଣେ ସଦସ୍ୟ ହୋଇ ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଦରକାର ବୋଲି ସେ ଜଣାଇଥିଲେ । ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ବାଘେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *