ଇଲେଇଜଙ୍ଗ ରେ ଦୋଳ ମହୋତ୍ସବ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଇଲେଇଜଙ୍ଗ ଗ୍ରାମ ରେ ଗ୍ରାମ ବାସୀଙ୍କ ସହଯୋଗ ରେ ରାଧାକୃଷ୍ଣ ଙ୍କ ମେଲଣ ଉପଲକ୍ଷେ ପବିତ୍ର ଫାଲଗୁନ ଶୁକ୍ଲ ତ୍ରୟୋଦଶୀ ତିଥିରେ ଇଂରାଜୀ ମାର୍ଚ୍ଚ ମାସ ବାଇଶି ତାରିଖ ଶୁକ୍ରବାର ରାତି ରେ ମେଲଣ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ କିର୍ତନ ସାଙ୍ଗ କୁ ବାଜା ଓ ଗୋପାଳ ଲଉଡି ସହିତ ବିମାନ କୁ ସୁସଜ୍ଜିତ କରି ସହସ୍ରାଧିକ ଜନସାଧାରଣ ଙ୍କ ଉପସ୍ଥିତ ରେ ଗ୍ରାମ ପରିକ୍ରମା କରାଯାଇଥିଲା। ରାଧାକୃଷ୍ଣ ଙ୍କୁ ପ୍ରତ୍ୟେକ ଘରସମୁଖରେ ସରଲବଣି ସହିତ ବିଭିନ୍ନ ଫଳମୂଳ ଭୋଗକରାଯାଇଥିଲା। ପ୍ରବଳ ଜନସମାଗମକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ‌ ନଜର ରଖାଯାଇଥିଲା।ପରେ ପରେ ଯାତ୍ରା ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *