ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର
କାମାକ୍ଷାନଗର,୨୨/୧୨/୨୧ :-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଚାନ୍ଦପୁର ପଞ୍ଚାୟତ ଖାଇରପଶି ଗ୍ରାମ ହରିଜନ ସାହିରେ ଚତୁର୍ଭୁଜ ନାଏକ ଙ୍କ ଘରେ ଗତ କାଲି ସନ୍ଧ୍ୟା ସମୟରେ ଅଗ୍ନିକାଣ୍ଡ ଘଟି ୨ ବଖରା ସମ୍ପୂର୍ଣ୍ଣ ପଡିଯାଇଛି ।ସୂଚନ ଅନୁଯାୟୀ ଗତ କାଲି ଚତୁର୍ଭୁଜ ନାଏକ ଏବଂ ତାଙ୍କ ପୁଅ ରାଜେଶ ନାଏକ ଘରେ ଥିବା ବେଳେ ଘରେ ଅଚାନକ ନିଆଁ ଲାଗିଯାଇଥିଲା ,ଦେଖୁ ଦେଖୁ ନିଆଁ ରେ ୨ ବଖରା ଜଳି ଭସ୍ମ ହୋଇଗଲା । ଖବର ପାଇ ପରଜଙ୍ଗ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ରେ ପ୍ରାୟ ୮୦ ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଉଭୟ ଚତୁର୍ଭୁଜ ଏବଂ ତାଙ୍କ ପୁଅ ଆହତ ହୋଅଗ୍ନିକାଣ୍ଡ ରେ ଜଳିଗଲା ୨ ବଖରା ଘରଇଛନ୍ତି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
