ବିଦାହେଲେ ଦୁଇ ଅପାରଗ ଯନ୍ତ୍ରୀ

ଗୋପ,୧୭.୦୪, ଗୋପ ବ୍ଲକ ଗ୍ରାମୀଣ ପାନୀୟ ଜଳ ଯୋଗାଣ ସଂସ୍ଥାର ଦୁଇ ଯନ୍ତ୍ରୀଙ୍କୁ ନିଜର ଅପାରଗତା ପାଇଁ ଅନ୍ୟତ୍ର ବିଦା କରାଯାଇଥିବା ନେଇ ବ୍ଲକରେ ଚର୍ଚ୍ଚା ଜୋର୍ ଧରିଛି। ଦୀର୍ଘ ବର୍ଷ ଧରି ଗୋପ ବ୍ଲକରେ ଅନନ୍ତ ପାଣିଗ୍ରାହୀ ଓ ଉର୍ଵଶ୍ରି ଆଚାର୍ଯ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିଲେ। ବିଗତ ବର୍ଷରେ ଏକ ଚାଟିଆ ଶାସନ କରୁଥିବା ସରକାର ଅମଳରେ ସ୍ଥାନୀୟ ବିଧାୟକଙ୍କ ଛତ୍ରଛାୟା ତଳେ କାର୍ଯ୍ୟ କରୁଥିଲେ। ଗୋପ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ପାନୀୟ ଜଳ ଟାଙ୍କୀ ସମସ୍ୟା, ପାଇପ ଲାଇନ ପାଣି ସମସ୍ୟା, ସ୍ବଚ୍ଛ ପାନୀୟ ଜଳ ଯୋଗାଣ ସମସ୍ୟା, ପାଇଖାନା ଦୁର୍ନୀତି, ଗ୍ରାମୀଣ ସ୍ବଚ୍ଛ ଭାରତ ମିଶନରେ ଅନେକ ଦୁର୍ନୀତି କରୁଥିବା ନେଇ ବିଭିନ୍ନ ପଞ୍ଚାୟତରେ ଅଭିଯୋଗ ହୋଇ ଆସୁଥିଲା। ଠିକାଦାର ମାନଙ୍କ ସହ ସଲା ସୁତୁରା କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରି ନିମ୍ନ ମାନର କାର୍ଯ୍ୟ ମଧ୍ଯ କରି ଛନ୍ତି। ଯାହାକୁ ନେଇ ଅନେକ ସମୟରେ ଗଣ ମାଧ୍ୟମରେ ପ୍ରଚାର ପ୍ରସାର ହୋଈ ଆସୁଥିଲା। ହେଲେ ପୂର୍ବ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଦେଖିବାକୁ ମିଳିଥିଲା। କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିବା ପରେ ସ୍ଥାନୀୟ ବିଧାୟିକା ତଥା ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୋଲା ମଞ୍ଚରେ ତାଙ୍କୁ ସିଧା ସଳଖ ଚେତାବନୀ ଦେଇ କହିଥିଲେ। ଗୋପ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରି ପାରିବ ନାହିଁ ଯଦି ଛାଡ଼ି ପଳାଇ ଯାଅ। ସେହି ମାଡ଼ରେ ଦୁଇ ଅପାରଗ ଯନ୍ତ୍ରୀଙ୍କୁ ଏଠାରୁ ବିଦା କରାଯାଇଛି। ଦୀର୍ଘ ବର୍ଷ ହେବ ଅନେକ ସମୟରେ ମଧ୍ଯ କାର୍ଯ୍ୟଳୟରେ ଅନୁପସ୍ଥିତ ରହି ଆସୁଥିଲେ। ଗୋପ ବ୍ଲକ ଓ କୋଣାର୍କ ଅଫିସରେ ଖଲାସୀ, ପିଅନ ମାନଙ୍କ ଦ୍ଵାରା ଅଫିସ ଚାଲିଛି। । ଗୋପ ବାସୀଙ୍କ ଆବଶ୍ୟକତା ପୂରଣ କରି ପାରୁ ନଥିବାରୁ ଉଭୟ ଯନ୍ତ୍ରୀଙ୍କୁ ବିଦା କରାଯାଇଛି। ଊର୍ବଶ୍ରି ଆଚାର୍ଯ୍ୟଙ୍କୁ ପିପିଲି କୁ ବଦଳି କରାଯାଇଥିବା ବେଳେ ପାଣିଗ୍ରାହୀ ବାବୁଙ୍କୁ ଜିଲ୍ଲା ପାର କରାଯାଇଥିବା ସୁଚନା ମିଳିଛି। ଏନେଇ ଜନ ସାଧାରଣ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *