କାଳିସୀ ବେତ ମାଡ଼ରେ ଲହୁ ଲୁହାଣ ହେଲେ ଦୁଇ ନାବାଳିକା ସହବାପା

ଧର୍ମଶାଳା -ଯାଜପୁର ଜିଲ୍ଲା ଜେନାପୁର ଥାନା ମଧୁପୁରଗଡ଼ ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା l ମା ମଙ୍ଗଳାଙ୍କ କାଳିସୀ ସାଜି ଜଣେ ମହିଳା ଗୁଣି ଗାରେଡି ସନ୍ଧେହ ରେ ଦୁଇ ନାବାଳିକା ସମେତ ବାପାଙ୍କୁ ବେତରେ ବାଡେଇ ବାଡେଇ ଅଚେତ କରିଥିବା ଘଟଣା ସାରା ଜେନାପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି l ଘଟଣା ସ୍ଥଳେ ଜେନାପୁର ପୁଲିସ ଓ ଗାଁ ଲୋକେ ପହଞ୍ଚି ଦୁଇ ନା ବାଳିକା ସମେତ ଆଘାତ ହୋଇଥିବା ବାପାକୁ ଧର୍ମଶାଳା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି ଏବଂ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟା ପର୍ଣ୍ଣ ହେବାରୁ ତାକୁ କଟକ ବଡ଼ ଡାକ୍ତର ଖାନାରେ ଭର୍ତ୍ତି କରିଥିବା ଜଣାପଡିଛି l ଘଟଣା ମୁତାବକ ଜେନାପୁର ଥାନା ଗଡ଼ ମଧୁପୁର ପଂଚାୟତ ଅନ୍ତର୍ଗତ ପନ୍ତୁରି ଗ୍ରାମରେ ସେହି ଗ୍ରାମର ପ୍ରଶାନ୍ତ ଲେଙ୍କାଙ୍କ ଦୁଇ ନାବାଳିକା ଝିଅ ଜ୍ୟୋତି ଲେଙ୍କା ଓ ଜୋଶ୍ନା ଲେଙ୍କା ଙ୍କ ସ୍ୱାସ୍ଥ୍ୟ କ୍ରମାଗତ ଭାବେ ଖରାପ ହୋଇ ରହିଆସୁଥିଲା l ସେମାନ ଙ୍କୁ ଭଲକରିବାକୁ ଯାଇ ବାପା ବାରମ୍ବାର ଅନେକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ମଧ୍ୟ ନେଉଥିଲେ l ଏବଂ ଦୁଇ ମାସ ପୂର୍ବେ ମଧ୍ୟ କଟକ ବଡ ଡାକ୍ତର ଖାନା ରେ ମଧ୍ୟ ଭର୍ତ୍ତି କରି ବିଭିନ୍ନ ପରୀକ୍ଷ୍ୟା ନିରୀକ୍ଷ୍ୟା କରିଥିଲେ l ମାତ୍ର ସେମାନଙ୍କ ଦେହରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ର ଲକ୍ଷଣ ଦେଖାଯାଇନଥିଲା ମାତ୍ର ସ୍ୱାସ୍ଥ୍ୟ ଭଲହେଉନଥିଲା l କିନ୍ତୁ ନିଜ ଗାଁ ପାନ୍ତୁରୀ ରେ ଦୀର୍ଘ ଦିନ ଧରି ମା ମଙ୍ଗଳା ଆବିର୍ଭାବ ଜଣେ ମହିଳା କାଳିସୀ ଅବତାରରେ ଲୋକମାନଙ୍କୁ ଝାଡୁଥିବା ରୁ କାଳେ ସେଠାରେ ଦୁଇ ଝିଅ ଭଲ ହୋଇଯିବେ ଭାବି ଗତ ମଙ୍ଗଳବାର ଅପରାହ୍ନରେ ଗାଁରେ ଥିବା ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଜୈନିକ ମହିଳା ନିକଟକୁ ଆଣିଥିଲେ l ମାତ୍ର ରୋଗ ଭଲହେବ ବୋଲି କହି କୁହାଟ ମାରି ମହିଳା ଜଣକ ନିଜକୁ କାଳିସୀ ଆସିଛି କହି ବେତ ବାଡ଼ି ସାହାଯ୍ୟରେ ଦୁଇ ଝିଅ ଓ ବାପାଙ୍କୁ ନିଧୂମ ପିଟି ପିଟି ଲହୁ ଲୁହାଣ କରିଦେଇଥିଲେ l ଗୁରୁତ୍ତର ଅବସ୍ଥାରେ ଗ୍ରାମବାସୀ ମହିଳାଙ୍କ କବଳରୁ ବାପ ଓ ଦୁଇ ଝିଅଙ୍କୁ ଉଦ୍ଧାର କରିବା ସହ ଜେନାପୁର ଥାନା ଅଧିକାରିଣୀ ନିରୁପମା ଜେନା ସହ ଦଳବଳ ଧରି ଘଟଣା ସ୍ଥଳେ ପହଞ୍ଚି ଉଦ୍ଧାର କରିବାସହ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ l ସେଠାରେ ବଡ ଝିଅ ଜୋଶ୍ନା ର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ବ ହେବାରୁ ତାକୁ କଟକ ବଡ ଡାକ୍ତର ଖାନାରେ ଭର୍ତ୍ତି କରିଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *